ସିଂହାସନ
ସିଂହାସନ
ଅଶି ଆଜି ସମ୍ପୂର୍ଣ ଉନ୍ମୁକ୍ତ,
ତୃଷ୍ନା ତା ମେଣ୍ଟିବ ପିଇ ମଣିଷର ରକ୍ତ
ଧର୍ମ ଏକ ନାଵ ଗଢ଼ିଛି ମାନବ,
ସେନାବେ ବହିବ ମଣିଷ ର ଶବ l
ଅଶି କି ବନ୍ଧୁକ ହସ୍ତୁ ଯେବେ ଯିବ
ନିଶ୍ଚିତ କାହାର ପ୍ରାଣଟି ନାଶିବ l
ତୀର ହେଉ କିମ୍ଵା ହଉ ସିଏ ଭାଲ
ହାତରୁ ଖସିଲେ ନ କରଇ ଭଲ l
ସଂସ୍କୃତି ରୁ ଶିକ୍ଷା ସିଂହାସନ ପାଇଁ
ବନ୍ଧୁ ସହୋଦରେ କରେ ଧରା ଶାୟୀ l
ଧର୍ମ ନାମେ ଚାଲେ କବନ୍ଧ ର ନୃତ୍ୟ
କେତେ ବୀର ଙ୍କର ହେଲା ଶିର ଚ୍ୟୁତ l
କାଶ୍ମିରୀ ଠାରୁ ଯେ, ସେ କନ୍ୟା କୁମାରୀ
ଧର୍ମ ନାମେ ଆଜି ହୁଏ ହତ ଶିରୀ l
ଧର୍ମ ଧର୍ମ ବୋଲି କରନ୍ତି କ୍ରନ୍ଦନ
ନିହିତ ଉଦେଶ୍ୟ ଅଟେ ସିଂହାସନ l
ପ୍ରଜାଙ୍କ ରକତେ ତିନ୍ତାଇବେ ଭୂଇଁ
ଯିଏ ଯେତେ ମରୁ କିଛି ଚିନ୍ତା ନାହିଁ l
ତ୍ରି ଯୁଗେ ମଣିଷ , ଦେବ ଓ ଦାନଵ
ସିଂହାସନ ଲୋଭେ ବିଛାଇଲେ ଶବ l
ପ୍ରଗତି ନାମରେ ଫୁଙ୍କି ମିଛ ତୂରୀ
ମାନବେ ବନାନ୍ତି ମାନବ ଅଇରୀ l
ହେ ଈଶ୍ୱର କୁହ !ଏହିକିତ ଇଚ୍ଛା
କେବେ ପୁରିବ ଏ ଦାନବଙ୍କ ମନ ବାଞ୍ଛା l
ସର୍ବ ମାନବର ସୁଖେ ଏକ ରାଜା
ଆସିବ କି କେବେ ପାଳିବାକୁ ପ୍ରଜା l
ହସ୍ତ ଯୋଡି ତତେ ଡାକେ ତ୍ରିପୁରାରୀ
ହିଂସା, କ୍ରୋଧ ଦ୍ୱେଷ ସର୍ବହ୍ରୁଦୁ ଦିଅ ମାରି l
କାଷ୍ଠ ପାଷାଣରେ ନଭଜି ତୁମକୁ
ମାନବ ହୃଦୟେ ଦେଖୁ ତ ମୁର୍ତ୍ତିକୁ l
ସର୍ବ ହୃଦୟରେ ବିରାଜେ ତ ରୂପ
ତତେ ହତ୍ୟା କରି ନଅରଯୁ ପାପ l
ମାନବେ ଶିଖାଅ ମାନବ ଧରମ
ମଣିଷେ ଶିଖାଅ ମଣିଷରେ ପ୍ରେମ l
ଯଉ ଜୀବଟିରେ ରେ ଦେଖି ସଦଜ୍ଞାନ
ମାନବ ରୂପରେ କରିଲ ସ୍ଥାପନ l
ସର୍ବ ଧରମରୁ ଶ୍ରେଷ୍ଠ, ଏ ମାନବ ଧର୍ମ
ହେ ଈଶ୍ୱର ଦିଅ ତାକୁ ଶ୍ରେଷ୍ଠ କର୍ମ l
