ଜୀବନ ଏକ ଭରା ନଈ
ଜୀବନ ଏକ ଭରା ନଈ
ଜୀବନଟା ଅଙ୍କା ବଙ୍କା, ଭରା ନଈ
ଉଦିତ ଭାସ୍କର ସମ ଅତ୍ୟଂନ୍ତ କୋମଳl
ଯେବେ ବଢ଼ି ଯାଏ ଆଗକୁ ଆଗକୁ,
ମନେ ଅସରନ୍ତି ସ୍ବପ୍ନ, ତ୍ୟାଗୀ
ତା ଉଦଗମ ସ୍ଥଳ l
କୋମଳ ଶରୀର ସୁନ୍ଦର ଦିଶଇ
ମନେ ଦେହେ ଖେଳେ ଶିହରଣ,
ଭରା ନଦୀ ଟିରେ ଖେଳେ ଲହଡ଼ି
ଜଳରେ ଖେଳନ୍ତି, ବରାଟ, ମୀନ l
ଅଂଶୁମlଳୀ କର ପ୍ରଖର ମଧ୍ୟାହ୍ନେ
ବଳିଷ୍ଟ ଶରୀର ଖୋଜଇ ଅନ୍ୟେ l
କ୍ଷୀଣ ପ୍ରଭା ହୁଏ ବନ୍ୟା ପ୍ଲାବିତ
ମନ ତା'ର ଦୃଢ଼ ସାଗରେ ମିଶିବ ଦିନେ l
ହର ଭାଗାରୀର ଶlୟକେ ଆହତ
ହୃଦୟେ ଭଜୁଛି ମନ୍ମମଥାରିକୁ l
କରେ ନଷ୍ଟ କୂଳ, ଦେହେ ଆସେବଳ,
ଭୟ ନଥାଏ ଟି ଲାଭ କ୍ଷତିକୁ l
ଦିକୂଳ ଖାଉଛି ସେ ଭରା ନଈ
ବରଟା ବରଟି ପ୍ରେମେ ମଗନ l
ସୁରାବାସ ଶିଖେ ସୁଧା କିରଣରେ
କୁରଙ୍ଗେ ମୋହିତ କୁରଙ୍ଗୀ ମନ l
ଦିକୂଳ ଖାଇଲେ ଉନ୍ମାଦ ନଦୀ
ଅଂଗୁଯେ ପ୍ଲାବିତ ଛୋଟ ଝରଣା l
ଛୋଟ ସଂସାରକୁ ବଢାଏ ଆଗକୁ,
ଶରୀରେ ଲିଭାଇ ଦୁଃଖ ଯନ୍ତ୍ରଣା l
ଅସ୍ତମୁଖି ଦିନକର ରଙ୍ଗର ଛିଟା
ଭରା ନଈ ମଧ୍ୟେ ଆସଇ ଭଟା l
ଆତ୍ମଜ ବାଛନ୍ତି ନିଜର ପଥ,
ନୀଡ଼ରେ ଗୁମୁରି କାନ୍ଦଇ ଭଗ୍ନ ମନଟା l
