କରୋନା
କରୋନା
କରୋନା ହେ ତୁମେ କାହାର ସୃଷ୍ଟି ?
କିଏ ତମ ପିତା, କିଏ ଅଟେ ମାତା
କି ଖେଳ କରୁଛ ଏଠି ?
ବ୍ରହ୍ମlଙ୍କ ଅଙ୍ଗରୁ ଜନମି ଅଛ କି,
ଯୀଶୁ ଙ୍କ ଭିଆଣ ତମେ l
ଆଲ୍ଲା ଙ୍କ ସନ୍ତାନ କିମ୍ବା ବୁଦ୍ଧ ଶିଷ୍ୟ
ଜାଣିପାରୁନାହୁଁ ଆମେ l
ଚାରି ବର୍ଣ ମଧ୍ୟୁ କି ବର୍ଣ ତୁମର
ଖୋଲି କରି କୁହ ବାରେ l
ମନ୍ଦିର ଯାଅ କି ମସଜିଦ ଯାଉଛ,
ଚର୍ଚ୍ଚ ରେ ଅଛକି, ବୋଲୁଛ ବୌଦ୍ଧ ବିହାରେ l
ମାରୁଛ ଯାହାକୁ ନିର୍ଦୟ ଭାବରେ,
ଯାଣିଛକି ତା ଧରମ ଜାତି,
ଭାରତ ମାଟିରେ ମାରିବାକୁ ହେଲେ,
ସେଇଟା ଜାଣିବା ଜରୁରୀ ଅତି l
ତୁମ୍ଭ ଠାରୁ ବହୁ ବଡ଼ ବୀର,
ଏହିଧାରାରେ ଅଛନ୍ତି ଭରି l
ନିତି ଧରି ଅସ୍ତ୍ର ସଂହାର କରନ୍ତି
ଜାତି ଧର୍ମ, ଆଉ ବର୍ଣ ପଚାରି l
କରୋନା ଗୋସାଇଁ ତମେ କି ମହାନ,
ନାହିଁ ତଵ ଭେଦ ଭାବ l
ଜାତି କୂଳ ଗୋତ୍ର ପଚାରୁନା କିଛି,
ନାହିଁ ଛୁଆଁ ଛୁତ, ଭଳି ସ୍ଵଭାଵ l
ଆମେ ଏଠି ଖୋଜୁ ଜାତି ଧର୍ମ, ବର୍ଣ
କରୋନା ଖୋଜେ ମଣିଷ l
ବର୍ଣ, ଧର୍ମ, ଲିଙ୍ଗ ନବାରି ଧରୁଛ,
ଶେଷ ଫଳ ଅଟେ ସର୍ବନାଶ l
କରୋନା ହେ ତମେ, କରନା ଗରବ ବେଶି,
ଡାକ୍ତର ଭଗବାନ ସଂହାରି ବେ ତତେ,
ବସିଛି କମର କଷି l
