ଏଇତ ଜୀବନ
ଏଇତ ଜୀବନ
ଜୀବନ ନଈର ଶ୍ରୋତ ଆସେ ଥମି
ସନ୍ଧ୍ୟା ତାରା ଉଙ୍କିମାରେ ପଶ୍ଚିମ
ଆକାଶେ, ଦିନକର ଯାଆନ୍ତି ଅପସରି
ପତ୍ର ଝଡା ଵୃକ୍ଷ ସମ ରହିଥାଏ
ବିହଙ୍ଗ ବିହୀନ ଜର୍ଜର ଶରୀର
ଚତୁର୍ଦିଗ ଶଖା ହୀନ, ଆତ୍ମା ପକ୍ଷୀ
କାନ୍ଦୁ ଥାଏ ଗୁମୁରି ଗୁମୁରି l
ଖରସ୍ରୋତା ନଦୀଟିର ଖେଳେ ନାହିଁ
ପାଣିର ଜୁଆର,
ମୀନ, ମରାଳ ର ବିହୁନେ,ହେବ ହତଶିରୀ l
ଶୁଖିଯିବ ଚର୍ମ, ମେଦ ଅସ୍ଥି
ବ୍ୟାଧିର କ୍ରୁର ପ୍ରହାରରେ,
ଜୀବ ହଂସ ଛାଡ଼ିଯିବ ଦିନେ
ଶୂନ୍ୟ କରି ଏହି ଅସ୍ଥିର ପଞ୍ଜୁରୀ l
