STORYMIRROR

Jadunath Mohalik

Abstract

3  

Jadunath Mohalik

Abstract

ଏଇତ ଜୀବନ

ଏଇତ ଜୀବନ

1 min
205

ଜୀବନ ନଈର ଶ୍ରୋତ ଆସେ ଥମି 

ସନ୍ଧ୍ୟା ତାରା ଉଙ୍କିମାରେ ପଶ୍ଚିମ 

ଆକାଶେ, ଦିନକର ଯାଆନ୍ତି ଅପସରି

  

ପତ୍ର ଝଡା ଵୃକ୍ଷ ସମ ରହିଥାଏ 

ବିହଙ୍ଗ ବିହୀନ ଜର୍ଜର ଶରୀର 

ଚତୁର୍ଦିଗ ଶଖା ହୀନ, ଆତ୍ମା ପକ୍ଷୀ 

କାନ୍ଦୁ ଥାଏ ଗୁମୁରି ଗୁମୁରି l


ଖରସ୍ରୋତା ନଦୀଟିର ଖେଳେ ନାହିଁ 

ପାଣିର ଜୁଆର, 

ମୀନ, ମରାଳ ର ବିହୁନେ,ହେବ ହତଶିରୀ l

ଶୁଖିଯିବ ଚର୍ମ, ମେଦ ଅସ୍ଥି 

ବ୍ୟାଧିର କ୍ରୁର ପ୍ରହାରରେ, 

ଜୀବ ହଂସ ଛାଡ଼ିଯିବ ଦିନେ 

ଶୂନ୍ୟ କରି ଏହି ଅସ୍ଥିର ପଞ୍ଜୁରୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract