ସତ୍ୟ
ସତ୍ୟ
ସତ୍ୟ ଜଳୁଛି କପଟ ଯୁଇ ରେ
ଆକାଶେ ଘୋଟିଛି ମିଛର ଧୁଆଂ l
ଜଳୁଅଛି ଆଶା ଜଳୁଛି ଭରସା
ଚତୁର୍ଦିଗେ ପ୍ରତିହିଂସାର ନିଆଁ l
ଜ୍ଞାନର ଆଲୋକ ଜଳେ ଧପ ଧପ,
ଅଜ୍ଞାନ ତିମିର ଦେଖି ଡ଼ରୁଛି l
ମୁରୁଖ କରନ୍ତି ପଣ୍ଡିତ ପଣିଆ,
ଅ, ଵିଵର୍ଜିତ ଜ୍ଞାନ ବାଣ୍ଟୁଛି l
ବିଜ୍ଞାନୀ ନିନ୍ଦିତ, ବିଜ୍ଞାନୀ ଜନରେ,
କଣ୍ଠିରବ ଲୁଚେ ସରମା ଭୟେ l
ମୃଗ ଟା କରିଛି ଶାର୍ଦୁଳ ଶୀକାର.
ଦେଖି କରୀବର ଆଶ୍ଚର୍ଯ୍ୟ ହୁଏ l
ନିଜର ରକ୍ଷା କରିପାରି ନାହିଁ ଯିଏ,
ତାର ଛତ୍ର ଖୋଜି ଅଜ୍ଞାନୀ ଖୁସି l
କପଟ ନବୁଝି ବିଲୁଆ ଦଳର
ମୃଗ ପଲ, ଫାଂଶେ ଯାଆନ୍ତି ଫସି l
ସଭିଁରି ହୃଦୟେ ହିଂସାର ଆନ୍ନଳ,
ମଣିଷ ପଣିଆ ଯାଉଛି ଜଳି l
ଅଜଣା ଆଶାରେ ଧାଉଁଛି ମାନବ,
ନିଜ ଭବିଷ୍ୟତ ପକାଇ ବଳି l
ସତ୍ୟ ର ଠିକଣା ନିଖୋଜ ଆଜି,
ମିଥ୍ୟା ବଳଶାଳୀ ବୋଲାଏ ରାଜା l
ଗଧିଆ ଚୋରାଏ ବ୍ୟାଘ୍ର ର ଉଚିଷ୍ଟ,
କୋକି ଶିଆଳି ଏ ବଜାନ୍ତି ବାଜା l
