STORYMIRROR

SUJATA DAS

Fantasy

4  

SUJATA DAS

Fantasy

ଚିଠି

ଚିଠି

1 min
366


ଚିଠିଟିଏ ମୋର 

  ଆସିବାର ଥିଲା 

    ଠିକଣା ଗଲକି ଭୁଲି 

ଚକୋର ଚାତକେ 

  ଚାନ୍ଦ ଆଗମନେ 

    ସପନ ଦୋଳିରେ ଝୁଲି l


ଆଠ ମାସ ପୁରି 

  ନଅ ମାସ ହେଲା 

    ଦେଖିନି ତୁମକୁ ବୋଲି 

ବ୍ୟାକୁଳିତ ହୁଏ 

  ହୃଦୟ ତରଙ୍ଗ 

    ଛୁଇଁ ଯାଏ କୋହେ ଫୁଲି l


ଗଭୀର ନିଶୀଥେ 

  ଅନୁଭୂତ ହୁଏ 

    ଯାଅ ମତେ ଧୀରେ ଛୁଇଁ 

ଅପୂର୍ବ ମହକେ 

  ପ୍ରୀତି ପୁଲକରେ 

    ବିଭୋର ଯାଏ ମୁଁ ହୋଇ l


ଅଳସୀ ଛନ୍ଦରେ 

  ନାଚି ଉଠେ ମନ 

     ବିନା ଘିଙ୍ଗୁର ର ତାନେ 

ଝୁଲୁଥିଲ ତୁମେ 

   ଫୁଲର ଦୋଳିରେ 

     ମୋ ହୃଦୟ କୁଞ୍ଜବନେ l


ଯାଇ ମୁଁ ପାରୁନି 

   କୋଶ କୋଶ ଦୂର 

     ପାଦରେ ମୁଁ ଚାଲି ଚାଲି 

ଆସନ୍ତନି ତୁମେ 

   ସବୁ ନିୟମ ଓ 

     ପ୍ରଥା ପରମ୍ପରା ଭୁଲି ।


ଦିବ୍ୟ ସମ୍ପର୍କରେ 

   ଛନ୍ଦିଛି ନିଜକୁ 

     ପାଇଛି ଅମୁଲ୍ୟ ମୋତି 

ତୁମ ଦେହ କଳା 

  ମାଖିଲି ଯେବେଠୁଁ 

     ହୋଇଗଲି କଳାବତୀ l


ମନ ଆକାଶରେ 

  ସଜାଇ ଦେଇଛି 

    ବିନାଶି ଶୂନ୍ୟତା ମନୁ 

ହୃଦ କାନଭାସେ 

  ରଙ୍ଗରେ ଭରିଛି 

    ତୁମକୁ ଦେଖିଲା ଦିନୁ l


ଆଖିର ପଲକେ 

   ଆଙ୍କି ଦେଇଛି ପା 

     ତୁମ ଦିବ୍ୟ ରୂପ କାନ୍ତି 

ତୁମ ବଂଶୀ ସ୍ଵନ 

   ଟାଣି ନିଏ ଦୂରେ 

     ବାସ୍ତବ ଅଥବା ଭ୍ରାନ୍ତି l


କେତେ କଥା ଲୁଚି 

   ରହିଛି ହୃଦୟେ 

     ଶୁଣିବ କି ମନ ଦେଇ 

ଝୁରି ହୁଏ ମନ 

   କାହିଁକି କେଜାଣି 

      ଅମୃତ ପରଶ ପାଇଁ l



Rate this content
Log in

Similar oriya poem from Fantasy