STORYMIRROR

Dipti Seth

Abstract Fantasy

4  

Dipti Seth

Abstract Fantasy

ମନର କଷ୍ଟ

ମନର କଷ୍ଟ

1 min
351


କାହିଁକି ଏ ପାଦ ଯାଏ

ପୁଣି ସେ ବାଟକୁ,

ଯେଉଁ ବାଟେ କଣ୍ଟାଗଡ଼େ

ମୋର ଏ ପାଦକୁ l

ନିରୀହ ହୃଦୟ ମୋର

ଖୋଜେ ଟିକେ ସୁଖ,

ସୁଖ ତ ଭାଗ୍ୟରେ ନାହିଁ

ମିଳେ ଖାଲି ଦୁଃଖ l

ଏ ମୋହ ମାୟା ଦୁନିଆରେ

ବିଶ୍ୱାସ ଯାହାକୁ,

ଶେଷରେ ସେ ଦିଏ ବିଷ

ବିଶ୍ୱାସୀ ମନକୁ l

ପରକୁ ନିଜର କରି 

ଆଜି ନିଜେ ନିଜ ଠୁ ମୁଁ ପର,

ବୋଧେ ଏ ହୃଦୟ ମୋର

ଗୋଟେ ଖେଳଣାର ଘର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract