ନିୟତି ମୁଁ
ନିୟତି ମୁଁ
ସେଇ ଗ୍ରନ୍ଥାଗାର ଭିତରେ ଥିବା
ସୁନ୍ଦର ପ୍ରେମପତ୍ର ଟିଏ ମୁଁ,
ମତେ ପଢ଼ିପାରିବ ତ
ବୁଝିପାରିବ l
ଏ ପୃଥିବୀ ପୃଷ୍ଠରେ
ରଙ୍ଗୀନ ଉଦ୍ୟାନଟିଏ ମୁଁ,
ମତେ ଖୋଜିପାରିବ ତ
ମୋ ସୌନ୍ଦର୍ଯ୍ୟକୁ ଦେଖିପାରିବl
ପାହାଡ଼ପର୍ବତ ଦେଇ ଝରିଯାଉଥିବା
ଝରଣାଟିଏ ମୁଁ,
ଯଦି ସତରେ ଶୋଷିଲାଥିବ
ତେବେ ମତେ ପିଇପାରିବ l
ଏ ମଣିଷ ଅନ୍ତରେ ଥିବା
ବିବେକ ଅଟେ ମୁଁ,
ଯଦି ସତ୍ୟଶାନ୍ତି ଦ୍ୱାରା ପୂଜାକରିବ
ତେବେ ପ୍ରଭୁକୃପା କ'ଣ ଜାଣିପାରିବ l
