STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

କୃତିବାସ ପାଟ୍ଟଶାଣୀ

କୃତିବାସ ପାଟ୍ଟଶାଣୀ

1 min
335


ମାଟି ମାଆ ପାଇଁ ଜୁଝି ଜୁଝି ବୀର

ଭୋଗିଥିଲେ କଳାପାଣି।

ଚିଲିକା କୂଳରେ ଛୋଟିଆ ଗାଁଆ

ଅଢଙ୍ଗ ଗଡ଼ ତାହାରି ନାଆଁ।

ସେହି ଗାଆଁ ର ଦଳ ବେହେରା

ଫିରିଙ୍ଗି ଫଉଜ କଲିଜା ଚିରା।

ବଇରୀ ଛାତିରେ ଛନକା ପସଇ

ତାଙ୍କ ନାଆଁ ଯଦି ଶୁଣିଲା କେହି ।

ଯେତେ ସବୁ ଲୁଣ ଚାଷୀ ତ ଥିଲେ 

ଚିଲିକା ରୁ ଲୁଣ ମାରୁତ ଥିଲେ ।

ମାଗଣା ରେ ଲୁଣ ସେତ ମାରିଥାନ୍ତି

ଖୁସିରେ ସେଥିରେ ଚଳି ଯାଆନ୍ତି।

ଗୋରା ସରକାର କଲା ଅନ୍ଯାୟ

ଟିକସ ତାଙ୍କଠୁ କଲା ଆଦାୟ ।

କୃତିବାସ ଯେବେ ସବୁ ଜାଣିଲେ 

ଏକା ଯାଇ ତା'ର ବିରୋଧ କଲେ ।

ଗୋରା ସାହାବ ଙ୍କ ପିଆଦା ମାନେ

କୃତିବାସ ଙ୍କର ନାଆଁ ଶୁଣି ସବୁ

ଶିବିର କୁ ତାଙ୍କ ଲେଉଟି ଗଲେ ।

କୃତିବାସ ଏଣେ ପାଇକ ସେନାଙ୍କୁ 

କଲେ ଏକାଠି

ଏକାଠି ଲଢ଼ିବେ ଗୋରାଙ୍କୁ ତଡିବେ 

କଲେ ନିଷ୍ପତ୍ତି।

ଚିଲିକା କୂଳରେ ଭଗବତୀ ପୀଠ

ବାଣପୁର ଭାବେ ରାଇଜେ କ୍ଷାତ।

ବାଣପୁର ଥାନା ଉଡାଇ ଦେଲେ

ଶାସନଭାରତା ହାତକୁ ନେଲେ

ସ୍ବାଧୀନତା ତହିଁ ଘୋଷଣା କଲେ।

ଫିରିଙ୍ଗି ଶିବିର ଥରି ଉଠିଲା

କୃତିବାସ ଙ୍କୁ ତ ଧରାଇ ଦେବାକୁ

ପୁରସ୍କାର ରାଶି ଘୋଷଣା ହେଲା ।

ଶ୍ବଶୁର ତାଙ୍କର କପଟ କଲେ 

ଠା ଠିକଣା ତ ବତାଇଦଲେ।

ବୀର ଶେଷରେ ତ ଧରାପଡିଲେ

କଳାପାଣି ଯାଇ ଦଣ୍ଡ ଭୋଗିଲେ,

ପ୍ରଥମ ଓଡ଼ିଆ ଦେଶାନ୍ତର ହୋଇ

ସେଇଠି ଶେଷରେ ଟଳି ପଡ଼ିଲେ ।

କୃତିବାସ ଙ୍କର ସ୍ବଦେଶ ପ୍ରୀତି

ମନେ ଜାଳି ଦିଏ ଦେଶ ପ୍ରେମ ନିଆଁ

ପାଦତଳେ ତାଙ୍କ ଶତ ପ୍ରଣତି ।


Rate this content
Log in

Similar oriya poem from Inspirational