ବନ୍ଦେ ପ୍ରଭୁ ସୋମନାଥ
ବନ୍ଦେ ପ୍ରଭୁ ସୋମନାଥ
ବନ୍ଦେ ପ୍ରଭୁ ସୋମନାଥ
============
ବନ୍ଦେ ପ୍ରଭୁ ସୋମନାଥ
ଆଜି ସୋମ ବାରେ l
ବିରାଜିଛ ପ୍ରଭୁ ପଶ୍ଚିମ
ସାଗର ତୀରେ ll
ବାରଗୋଟି ଜ୍ୟୋତିର୍ଲିଙ୍ଗ
ଭାରତେ ବିଖ୍ୟାତ l
ତା ମଧ୍ୟେ ବିଖ୍ୟାତ ଅତି
ପ୍ରଭୁ ସୋମନାଥ ll
ଶୁଣିଛି ମୁଁ ପୁରାଣରେ
ଆଖ୍ୟାନ ଏମନ୍ତ l
ଗୁରୁ ପତ୍ନୀ ହରି ଚନ୍ଦ୍ର
ହେଲେ ବ୍ୟାଧିଗ୍ରସ୍ତ ll
ବ୍ୟାଧି ମୁକ୍ତି ପାଇଁ ବୁଲି
ହୋଇଲେ ବିବସ l
ତୁମ୍ଭରେ ଶରଣ ଗଲେ
ଶେଷେ ଆଶୁତୋଷ ll
ତୁମ୍ଭେ ପ୍ରଭୁ ଦୟାମୟ
ଆଶୁ ଫଳ ଦାତା l
ଦୟା ବହି ଚନ୍ଦ୍ରଙ୍କର
ହରିଲ ହିନସ୍ଥା ll
ଚନ୍ଦନ କାଷ୍ଠରେ ଗଢ଼ି
ସୁନ୍ଦର ମନ୍ଦିର l
ଆଶ୍ରୟ ଲୋଡ଼ିଲେ ତହିଁ
ରୋହିଣୀଙ୍କ ବର ll
ପ୍ରଭାଯୁକ୍ତ ହେଲେ ପୁଣି
ଯେଣୁ ତାରାନାଥ l
ପ୍ରସିଦ୍ଧ ହୋଇଲା ତେଣୁ
ଏ ପ୍ରଭାସ କ୍ଷେତ୍ର ll
ସୋମଙ୍କର ଶାପ ଯହୁଁ
ଗଲା ତହିଁ କ୍ଷୟ l
ବୋଲାଉଛ ସୋମନାଥ
ଆହେ ଦୟାମୟ ll
ଇତିହାସେ ଦେଖି ଅଛ
କେତେ ଘନଘଟା l
ଲୋମ ହର୍ଷକ ସେ କ୍ରୁର
ମାମୁଦର କଥା ll
ଖଣ୍ଡ ଖଣ୍ଡ କଲା ଲିଙ୍ଗ
ଦେଉଳ ଲୁଣ୍ଠିଲା l
ସେବକଙ୍କ ମୁଣ୍ଡ କାଟି
ରକ୍ତେ ସ୍ନାନ କଲା ll
ତୁମ୍ଭେ ହେ ସତ୍ୟ ସୁନ୍ଦର
ପ୍ରଭୋ ଅବିନାଶି l
ଉତ୍ତୁଙ୍ଗ ଦେଉଳେ ଅଛ
ସତ୍ୟକୁ ପ୍ରକାଶି ll
ଅକର୍ମ କର୍ମ ଦାୟକ
ଆହେ ଶୂଳଧର l
ପ୍ରଭୁ ଉମାକାନ୍ତ ତବ
ମହିମା ଅପାର ll
ଭାରତ ବକ୍ଷେ ଉଡୁଛି
ତବ ଦିବ୍ୟ ଧ୍ଵଜା l
ଦୁଃଖୀ ଆର୍ତ୍ତି କରୁଛନ୍ତି
ତୁମ୍ଭ ନିତ୍ୟ ପୂଜା ll
ଆଶିଷ ଦେଉଛ ବାଣ୍ଟି
ବସି ସିନ୍ଧୁ ତଟେ l
ନମସ୍ତେ ନମସ୍ତେ ଦେବ
ନମଃ ନୀଳକଣ୍ଠେ ll
ଦେବ ଦେବ ମହାଦେବ
ପ୍ରଭୋ ଦୁଃଖହର l
ଶ୍ରୀସୋମ ନାଥଙ୍କୁ କରେ
କୋଟି ନମସ୍କାର ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧
