STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କ୍ରାନ୍ତିବୀର ମଙ୍ଗଳ ପାଣ୍ଡେ

କ୍ରାନ୍ତିବୀର ମଙ୍ଗଳ ପାଣ୍ଡେ

1 min
324

   

ମଙ୍ଗଳ ଭାଇରେ ମଙ୍ଗଳ ଭାଇ ।

   ତୋପରି ସଂଗ୍ରାମୀ ଭାରତେ ନାହିଁ ।।

 ବିଦ୍ରୋହର ତୁହି ସ୍ଫୁଲିଙ୍ଗ ଗୋଟେ ।

     ଟକମକ ତୋର ରକତ ଫୁଟେ ।।

 କରମ ତୋହର ହୋଇଲା ବାମ ।

    ବ୍ରିଟିଶ ଅଧିନେ ହେଲୁ ଗୋଲାମ ।।

 ଗୋଲାମରେ କିବା ନାହିଁ କିମତ ।

      କୁକୁର ଦଳଙ୍କ ଏଡ଼େ ହିମତ ।।

 ଅମେଧ୍ୟ ଚରବି କାର୍ତୁସେ ବୋଳି ।

       କାମୁଡ଼ି କହୁଛି ଚଳାଅ ଗୁଳି ।।

 ଆସ ଆସ ମୋର ନମାଜି ଭାଇ ।

     ଜାତି ଧର୍ମ ଆମ ନେବ ଛଡ଼ାଇ ।।

 ଚଳା ଚଳା ଗୁଳି ବ୍ରିଟିଶି ବୁକେ ।

   କେବାପ ଦେଖିବା ତାହାଙ୍କୁ ରଖେ ।।

 ବିଦ୍ରୋହର ନିଆଁ ଦେଲୁ ଜଳାଇ ।

    କ୍ରାନ୍ତିବୀର ମଙ୍ଗଳ ପାଣ୍ଡେ ଭାଇ ।।

 ଅଠରଶ ସତାବନ ସେ କ୍ରାନ୍ତି ।

     ଭାରତ ବାସୀଏ ଭୁଲି ନାହାଁନ୍ତି ।।

 ସିପାହୀ ବିଦ୍ରୋହ ମହା ବିପ୍ଳବ ।

    ଦୋହଲାଇ ଦେଲା ବ୍ରିଟିଶ ଦମ୍ଭ ।।

 ଲଣ୍ଡ ଭଣ୍ଡ ଦଣ୍ଡ ଧାରୀ ରାଜନ ।

  ପାଣ୍ଡେ ଭାଇ ମୋର ପ୍ରଣାମ ଘେନ ।।

        


Rate this content
Log in

Similar oriya poem from Inspirational