ସ୍ବାର୍ଥ ତନ୍ତ୍ର
ସ୍ବାର୍ଥ ତନ୍ତ୍ର
ଦେଶ ତମାମ ଶୁଣୁଛି କାନ
ସ୍ବାଧୀନତାର ଗାଥା
ସଭା ସମିତି ହୁଏ ସବୁଠି
ସେହି ପୁରୁଣା କଥା ।।
ଭାଷଣେ ନେତା ବୋଧେ ଜନତା
ପାଇଛୁ ସ୍ଵାଧୀନତା
ସତ କହୁଛି ଆଖି ଦେଖୁଛି
ଆମ ପରାଧିନତା ।।
କ୍ଷମତା ଯାର ଆଇନ ତାର
ଏ ଆମ ଗଣତନ୍ତ୍ର
ଭାଷଣେ ରାମ କାମ ରାବଣ
ଗ୍ରାସିଛି ସ୍ବାର୍ଥ ତନ୍ତ୍ର ।।
ଜାତିର ପିତା ଗାନ୍ଧୀ ମହାତ୍ମା
ପଟେଲ ଗୋପବନ୍ଧୁ
ଜୟୀ ରାଜଗୁରୁ ଚାଚା ନେହେରୁ
ବକ୍ସି ଜଗବନ୍ଧୁ ।।
ପିଲା ବାଳୁତ ବାଜି ରାଉତ
ଦେଲା ଜୀବନ ହସି
ଆଜିକା ନେତା ଖୋଜନ୍ତି ଗୋଦା
ରକତ ଯିବେ ଶୋଷି ।।
