STORYMIRROR

Dharitri Das

Inspirational

4  

Dharitri Das

Inspirational

ବଞ୍ଚିବା ସ୍ୱାଧୀନ ହୋଇ

ବଞ୍ଚିବା ସ୍ୱାଧୀନ ହୋଇ

1 min
254

ସ୍ବାଧୀନ ଦେଶର ସନ୍ତାନ ଆମରେ

    ବଞ୍ଚିବା ସ୍ୱାଧୀନ ହୋଇ

ଅଗଷ୍ଟ ପନ୍ଦର ଆସିଲେ ଗାଇବା

    ଜନ ଗଣ ମନ ଭାଇ।

ସ୍ମରଣ କରିବା ବୀର ଶହୀଦଙ୍କ

    ଅମର କିରତୀ ରାଜି

ଅନୁସରି ତାଙ୍କ ବଳିଦାନ ନୀତି

    ଲଗାଇ ଜୀବନ ବାଜି।

ମହା ଆନନ୍ଦରେ ବନ୍ଦେ ମାତରାମ୍

   ଗାଇବାରେ ସାଥି ହୋଇ

ଉଡ଼ିବ ତ୍ରିରଙ୍ଗା ସାରା ଭାରତରେ

   ଆକାଶ ମାର୍ଗରେ ଯାଇ।

ଗାଆଁରୁ ସହର  ଉତ୍ସବ ମୁଖର

   ହସିବ ଭାରତ ଭୂଇଁ

ବାଳକଠୁ ବୃଦ୍ଧ ସଭିଏଁ ମଜ୍ଜିବେ

   ଜାତୀୟ ସଙ୍ଗୀତ ଗାଇ।



Rate this content
Log in

Similar oriya poem from Inspirational