STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଫର ଫର ହୋଇ ତ୍ରିରଙ୍ଗା ଉଡେ

ଫର ଫର ହୋଇ ତ୍ରିରଙ୍ଗା ଉଡେ

1 min
413


ଫର ଫର ହୋଇ ତ୍ରିରଙ୍ଗା ଉଡେ ।

ଶହୀଦ ସ୍ମୃତିରେ ପ୍ରଣତି ବାଢେ ।୧।

ତିନିଟି ରଙ୍ଗରେ ସଜେଇ ହୋଇ ।

ଗଗନେ ଉଡୁଛି ଆନନ୍ଦ ହୋଇ ।୨।

କେଶରୀ ଧବଳ ସବୁଜ ରଙ୍ଗ ।

ଏଇ ତିନି ରଙ୍ଗେ ତ୍ରିରଙ୍ଗା ରଙ୍ଗ ।୩।

ସାହସ ବୀରତା କେଶରୀ ରଙ୍ଗ ।

ସତ୍ଯ ଶାନ୍ତି ଗାଏ ଧବଳ ରଙ୍ଗ  ।୪।

ଭ୍ରାତୃତ୍ବ ଭାବ ତା ସବୁଜ ରଙ୍ଗ ।

ଅଶୋକ ଚକ୍ର ପ୍ରଗତିର ମଙ୍ଗ ।୫।

ବଳିଦାନ କେତେ ସଂଗ୍ରାମୀ ଦେଲେ ।

ଆମ ଏ ତ୍ରିରଙ୍ଗା ମାନ ରଖିଲେ ।୬।

ବକ୍ସି ଜଗବନ୍ଧୁ ସୁରେନ୍ଦ୍ର ସାଏ ।

ବାଘାଯତୀନଙ୍କ ଗୁଣ ଏ ଗାଏ ।୭।

ଲକ୍ଷ୍ମଣ ନାୟକ ଶହୀଦ ଗାଥା ।

ଜୟୀ ରାଜଗୁରୁ ଗୁଣ ସର୍ବଥା ।୮।

ରଘୁ ଦିବାକର ନେତାଜୀ ଗୁଣ ।

ଦୋରା ବିଶୋଇଙ୍କ ବୀରତ୍ବ ପଣ ।୯।

ଦଳବେହେରା ଓ ବାଜିରାଉତ ।

ଦେଶ ପାଇଁ ହେଲେ ଶହୀଦ ସେ ତ ।୧୦।

ତାଙ୍କରି ରକତେ ଭାରତ ଭୂଇଁ ।

ରଞ୍ଜିତ ହେଲା ଏ ଦେଶ ଜାଣଇ ।୧୧।

ଆମରି ଦେଶର ଗୌରବ ଗାଥା ।

ଗାଉଛି ତ୍ରିରଙ୍ଗା ଟେକି ତା ମଥା ।୧୨।

ସକଳ ପ୍ରାଣରେ ଏକତା ମନ୍ତ୍ର ।

ଅହରହ ଦିଏ ଏହି ତା ତନ୍ତ୍ର  ।୧୩।

ସ୍ଵାଧୀନ ଭାରତ ଗରବ ଇଏ ।

ଶହୀଦ ସ୍ମୃତିରେ ପ୍ରଣତି ଦିଏ ।୧୪।

ତ୍ରିରଙ୍ଗା ଗର୍ବ ଗୌରବ ଆମର ।

ରଖିବା ତା ଟେକ ସମ୍ମାନ ତାର ।୧୫।



Rate this content
Log in

Similar oriya poem from Inspirational