STORYMIRROR

Kalyani Nanda

Inspirational

4  

Kalyani Nanda

Inspirational

ପାଦୁକା ପୂଜା

ପାଦୁକା ପୂଜା

1 min
350


       

     ରଘୁକୁଳ ନନ୍ଦନ ପ୍ରଭୁ ଶ୍ରୀରାମ,

        ପ୍ରଭାତ କାଳେ ହେବେ ସେ ରାଜନ,

     ଦାସୀ ମନ୍ଥରାର ଯେ କୂଟିଳ ଚକ୍ରାନ୍ତ,

        ରାଣୀ କୈକେୟୀ ଯେ ହେଲେ ବିଭ୍ରାନ୍ତ।


     ନିଜ ପୁତ୍ର ଭରତ ଯେ ହେବ ରାଜନ ,

       ବନକୁ ଯିବେ ପରା କୌଶଲ୍ୟା ନନ୍ଦନ,

     ଦଶରଥ ରାଜନ ଯେ ଦେଲେ ବଚନ ,

       ପ୍ରଭୁ ଶ୍ରୀରାମ ପିତୃସତ୍ୟ କଲେ ପାଳନ।


     ବନଚାରୀ ବେଶ କରିଲେ ଯେ ଧାରଣ,

       ବନକୁ ଯିବାକୁ ଯେ ପ୍ରସ୍ତୁତ ହୋଇଣ,

     ସତୀ ସୀତାଙ୍କ ସାଥିରେ ଭ୍ରାତା ଲକ୍ଷ୍ମଣ,

       ଶ୍ରୀରାମଙ୍କ ସାଥେ ବନେ କଲେ ଗମନ।


      ଶ୍ରୀରାମ ବିହୁନେ ବିଷାଦେ ରାଜନ,

        ହା ରାମ କହି ତ୍ୟାଗ କଲେ ଜୀବନ,

      ରାମ ବିନା ଅଯୋଧ୍ୟା ଯେ ହେଲା ଶୂନ୍ୟ,

        ଶୁଭୁଥାଏ ଚତୁର୍ଦିଗେ କ୍ରନ୍ଦନ ସ୍ବର।


      ମାତୁଳ ଗୃହରୁ ଯେ ଲେଉଟି ଆସିଣ,  

        ସ୍ତବ୍ଧ ହୋଇଗଲେ ଭରତ,ଶତୃଘ୍ନ,

      ମାତା କୈକେୟୀଙ୍କୁ ଭର୍ତ୍ସନା କରିଣ,

        ଶ୍ରୀରାମଙ୍କ ପାଶେ ଗଲେ ତକ୍ଷଣ।


      ପିତୃ ବଚନ ସେ ତ ନ ହୁଏ ଆନ,

         ଭ୍ରାତାଙ୍କ ପାଦୁକାକୁ କରି ଗ୍ରହଣ,

      ନନ୍ଦିଗ୍ରାମେ ପାଦୁକାକୁ କରିଲେ ସ୍ଥାପନ,

         ଭରତ ତହିଁ କଲେ ପ୍ରଜାଙ୍କ ଶାସନ।

  

      ଚଉଦ ବର୍ଷ ଯାଏ ତପସ୍ୱୀ ସମାନ,

          ଚାହିଁ ରହିଥାନ୍ତି ପ୍ରଭୁଙ୍କ ଆଗମନ,

       ଏମନ୍ତ ଭ୍ରାତା କେହି ନଥିବେ ଭୁବନ,

         ଶ୍ରୀରାମ ସେବକ ଭାବେ ବିତାଇ ଜୀବନ।


       ଭରତଙ୍କ ସମ ଭ୍ରାତୃ ପ୍ରେମର ବର୍ଣ୍ଣନ,

         ବାଲ୍ମିକୀ କରିଲେ ରଚନା ରାମାୟଣ,

       ଶ୍ରୀରାମଙ୍କ ଭକ୍ତ ଶ୍ରେଷ୍ଠ କୈକେୟୀ ନନ୍ଦନ,

          ଭ୍ରାତୃ ପ୍ରେମର ରଖି ଗଲେ ନିଦର୍ଶନ।


     



Rate this content
Log in

Similar oriya poem from Inspirational