STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
401

ଆଗଷ୍ଟ ପନ୍ଦର ଆସିଲା ଦିନ

ପଛକଥା ସବୁ ପଡଇ ମନ ।

କେତେ କଷ୍ଟ ସହି ପୂର୍ବ ପୁରୁଷ

ଫୁଟାଇଲେ ଆମ ଓଠରେ ହସ ।

ତ୍ରିରଙ୍ଗା ଉଡାଉ ଦେଶ ତମାମ

ମହାପୁରୁଷ ଙ୍କୁ କରୁ ସଲାମ ।

ସେତିକିରେ ସାରିଦେଉ ଦାୟିତ୍ୱ

ତାପରେ ବୁଝୁନା ତାଙ୍କ ମହତ୍ତ୍ଵ ।

ତାଙ୍କ ଦୁଃଖ କଷ୍ଟ ପାଶୋରି ଦେଇ

ନିଜ ସ୍ବାର୍ଥେ ଆମେ ହେଉଛୁ ବାଇ ।

ନିଜକଥା ଆମେ ବେଶି ଭାବୁଛୁ

ଦେଶ ସ୍ବାର୍ଥ କୁ ତ ଭୁଲି ଯାଉଛୁ ।

ନୀତି ନିୟମ କୁ ପାଶୋରି ଦେଇ

ଅନୀତି ପଛରେ ଯାଉଛୁ ଧାଇଁ ।

କର୍ମ ନାଁ ରେ ତ କୁକର୍ମ କରୁ

ଅନ୍ୟାୟ କୁ ଆମେ ମଣୁଛୁ ଗୁରୁ ।

ଭଲ ଲୋକଙ୍କର ଧରୁନା ନାମ

ଭେଲକୁ ନିଇତି କରୁ ସଲାମ ।

ସ୍ବାଧୀନତା ନୁହେଁ ସ୍ବେଛାଚାରିତା

ଭୁଲିଯାଉ ଆମେ ଏ ଛୋଟ କଥା ।


Rate this content
Log in

Similar oriya poem from Inspirational