STORYMIRROR

Reeta aparajeeta Mohanty

Inspirational Others

4  

Reeta aparajeeta Mohanty

Inspirational Others

ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ

ଶ୍ରାବଣୀ ଗୋ ତୁମେ ଶ୍ରାବଣରେ ଭିଜ

1 min
229


ମୌସୁମୀର ମିଠା ଛୁଆଁରେ

ସଭିଏଁ ମତୁଆଲା।

ଶ୍ରାବଣୀ ତୁମେ କେମିତି

ବlଦ ପଡ଼ନ୍ତ ଏହି ଭିଜା ଭିଜl

ମେଘ ପୁଳେ ତୁମ ଦେହରେ 

ମାଖି ବ୍ୟାଗରେ ଅଳ୍ପ ପରିବା ଧରି

ଫେର ..........।

ସବୁଆଡେ ବେଙ୍ଗରାଜାଙ୍କ ରଡି

ଏଇ ଏବେ ମାଟି ସାପ ପଶି ଆସିଥିଲା

ଘରକୁ

ଏସବୁ ଶ୍ରାବଣର ମହକ ଯୋଗୁ ସମ୍ଭବ

ହେଇଛି ।

ବାଡ଼ିରେ ପନିପରିବା ହସେ

ଏ ସମୟ ରେ ଛତୁ 

ସାରା ଧରା ଅନେକ ସ୍ଥାନ 

ଦଖଲ କରିଥାଏ।

ଅଧିକ ବର୍ଷା ବି ଭଲ ନୁହେଁ

ଅନେକ ସମୟରେ ବିଜୁଳି କଟେ।

ସହରରେ ତଥାପି ଚଳେ 

ଗାଁ ଭୂଇଁ ରେ ପାଞ୍ଚ ଦିନ ଆସେନି ବିଜୁଳି।

ହେଲେ ଧରା ଶ୍ରାବଣ ଆସିଲେ

କାଉଡିଆ ଭାଇଙ୍କ ପ୍ରବଳ ଭିଡ।

ଶିବ ମଥାରେ ଢାଳିବାକୁ ଜଳ।

ଶ୍ରାବଣ ତୁମେ ନିଦାଘ ତାତି ଦିଅ

ଗୋଟେ ଶକ୍ତ ପ୍ରହାର।

ତୁମେ ଆଗମନରେ ମୟୂରୀ ନାଚେ

ଜଙ୍ଗଲରେ ।

ବିଲରେ ଖୁସିରେ ବିଭୋର ଚାଷୀ ମନ

ଅଧିକା ବର୍ଷl ହେଲେ ଆମର 

ଘରେ ଡ଼ଙ୍ଗା ଭସେଇବା ପରି ଜଳ

ଖେଳେ ମାଛ ଆସିବା କଥା 

ନ ଭାବି ଆମେ ପରିସ୍ଥିତିରୁ ମୁକୁଳିବାର 

ପଥ ଖୋଜୁ।

ଅଳ୍ପ ଅଳ୍ପ ବର୍ଷl ଆସୁ

ଘରେ ଜମୁ କଡା ଚା 

ଆଉ ପକୁଡି ।

ଶ୍ରାବଣୀ ତୁମେ ଭିଜ ଶ୍ରାବଣରେ

ଠିକ କଲେଜ ଦିନ ପରି।


Rate this content
Log in

Similar oriya poem from Inspirational