ଯୁବା ତରଙ୍ଗ
ଯୁବା ତରଙ୍ଗ
ନୀଳ ଆକାଶ ତଳେ ଅସୀମ ଦିଗବଳୟ
ଝଙ୍କାର କରେ ମନ ପ୍ରାଣେ ପ୍ରଶାନ୍ତ ନିଳୟ l
କାମନାର ଉତ୍ସ ଆଣିଦିଏ ମନେ ବିକାରସାର
କୁମୁଦ ମୁଖ ଦର୍ଶନେ ଖେଳେ ସୁଖର ଆସର l
ଜ୍ୟୋତ୍ସ୍ନା ଶିକ୍ତ ତଡ଼ାଗର ତୀରେ ସୁବର୍ଣ୍ଣର ଉତ୍ସ
କର୍ମକ୍ଲାନ୍ତ ମନେ ଭରିଦିଏ ହୀରକାଶା ଉତ୍କର୍ଷ l
ଯଦିବା କେବେ ପାଶେ ବସେ ମୋ ପ୍ରଣୟିନୀ
ପୂର୍ଣମୀରେ ରତି ସୁଖାର୍ଥେ ସର୍ବସ୍ବ ତ୍ୟାଗୀନୀ l
ତନୁ ସ୍ପର୍ଶ ହସ୍ତ ସ୍ପର୍ଶର ଆଦାନ ପ୍ରଦାନ ଯେବେ
ମନ କରେ ବିବ୍ରତ ଚରମାର୍ଥ ସୁଖ ପ୍ରାପ୍ତେ ଲବେ l
ଆହେ ଚନ୍ଦ୍ରମା ଦିଅ ଲୁଚାଇ ତୁମ ମୁହଁ ବାଦଲେ
ଲାଜକୁଳି ଲତାକୁ ଟିକେ ମୁଁ ଆଦ
ରିବି ସାଦରେ l
ପଣତ ଢଙ୍କା କବରୀ ହେବ ତା ଉନ୍ମୋଚନ ଆଜି
ତୁମରି ପ୍ରେରଣେ ଓ କୁମୁଦସାକ୍ଷୀରେ କଥା ମାଜି l
କବରୀର ରଜନୀଗନ୍ଧା କରିଛି ମତେ ମୁଗ୍ଧ ଏଠି
ଚାହେଁନା ମୁଁ କେବେ ହେବାକୁ ଖାପଛଡ଼ା ବେଠି l
ରତିର ତାଡ଼ନେ ରାତିରେ ନୀଳ ଖତଳେ ଲିପ୍ତ
ଆମେ ଦୁଇ ନବ ଯୁଗଳ କର୍ମ ଶ୍ରାନ୍ତ ପ୍ରେମାସକ୍ତ l
ହେ ସୁଧାଂଶୁ ହଠାଇ ଦିଅ ତୁମ ବାଦଲ ଯବନିକା
ଲୋଡ଼ୁନା ଲାଜ ଏବେ ମାତ୍ର ଲୋଡୁ ସୁଶୟନିକା l
କାହିଁକିନା ଅତି କ୍ଲାନ୍ତ ଆମେ ଦୁହେଁ ମାର-ତାଡ଼ନେ
ଢାଳି ତୁମ ସ୍ନିଗ୍ଧ ଜୋଛନା ଭର ସ୍ପୁର୍ତ୍ତି ଆମ ପ୍ରାଣେ l