STORYMIRROR

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

ବ୍ଯକ୍ତିତ୍ବର ପରିଭାଷା

ବ୍ଯକ୍ତିତ୍ବର ପରିଭାଷା

1 min
339


ଅସ୍ଥିର ମନ, ବିବଶ କରେ ଆତ୍ମାକୁ

କଷ୍ଟ ହୁଏ ଶାନ୍ତି ଓ ସୁଖରେ ବଂଚିବାକୁ।୧। 


ମିଥ୍ୟା, କାମନା ସୃଷ୍ଟି କରେ ବିଷମତା

ସେହି ପଥ ସଦା ଆଣି ଥାଏ ବିଷର୍ଣ୍ଣତା ।୨। 


ପ୍ରତ୍ୟେକ କାର୍ଯ୍ୟରେ ମୂଲ ସାଉଁଟିବା

କୁହୁଡିରେ ପହଁରିବା ସଦୃଶ କାଟିବା।୩। 


ଅୟୁତ ଯୁଗର ସ୍ୱପ୍ନ ମନରେ ଜାଗଇ

ସେ ସ୍ୱପ୍ନ ନଗରୀର ମାୟାରେ ଘୁରଇ।୪। 


ଅମାନିଆ ଅଟେ ଆମ ମନର କଳ୍ପନା

ସେହି ଚଲାପଥ ଚାଲିବାରେ କଷ୍ଟ ହୁଏ ସିନା ।୫। 


ଶାନ୍ତ ସରଳ ନିର୍ମଳ ମନ ଯାହାର 

ଯାହାର କୋମଳ ନିଷ୍ପାପ ଅନ୍ତର ।୬। 


ନିଶ୍ଚୟ ସେ ସୁଖୀ, ଜାଣ ଏହି କଥା

ମନର ସୁଖରେ ଭୁଲେ, ସବୁ ବ୍ୟଥା ।୭। 


ଯିଏ ଏହି ସତ୍ୟ କଥାକୁ ବୁଝି ପାରିଛି,

ତାହା ସାଥେ କେବେ ଅସୁବିଧା ନରହିଛି ।୮। 


ଥିଲେ ମମତାଭରା ହୃଦୟ ମଣିଷର

ନଥାଏ କାହା ପ୍ରତି ରୋଷ ତା ମନ ଭିତର ।୯। 


ସରଳତା ତାର ଭୂଷଣ, ମୁଖ ହସ ହସ

ଏହା ବ୍ଯକ୍ତିତ୍ବର ପରିଭାଷା, ମଧୁର ସର୍ବସ୍ବ ।୧୦। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy