STORYMIRROR

Sunanda Mohanty

Abstract Fantasy

4  

Sunanda Mohanty

Abstract Fantasy

ମରିଛି ନା ବଞ୍ଚିଛି

ମରିଛି ନା ବଞ୍ଚିଛି

1 min
325

ଅନେକ ଥର ମରିସାରିଛି ମୁଁ

ତଥାପି କହୁଛି ଜିଇଛି

ବାପା ମାଆ ଙ୍କୁ ଦେଖିବାକୁ ଟିକେ

କେତେଥର ଗାଁ ଯାଇଛି l

ଖୁସିରେ ଭଉଣୀ ରାକ୍ଷୀ ଧରି ଆସେ

ସମ୍ପର୍କ ମାନେ କିବା ବୁଝିଛି

ବାପା ମାଆ ଭାଇ ଭଉଣୀ ଆସିଲେ

ଟଙ୍କା ମାଗିବେ କାଳେ ଭାବିଛି l

ବାପା ଆସି ଟଙ୍କା ଦେଇଗଲାବେଳେ

ଅଟକେଇ କିବା ରଖିଛି?

ପଶୁ ପକ୍ଷୀ ବୃକ୍ଷ ଦେଵତା ସମାନ

କି ଅବା ତାଙ୍କପାଇଁ କରିଛି l

ଅନାଥ ଦରିଦ୍ର ଦିବ୍ୟାଙ୍ଗ ନିରାଶ୍ରୟ

ସହାନୁଭୂତି କିବା ଦେଖାଇଛି

ନିଜ ପିଲାଙ୍କର ଆୟସ ଆରାମ ବଢାଇ

ଶିଶୁଙ୍କୁ କେତେ ଭଲ ପାଇଛି l

ଗାଁରେ ବଢ଼ି ସହରେ ପଢ଼ି ବାବୁ ହୋଇ

ଠିକଣା କାହାର ରଖିଛି

ସାଙ୍ଗସାଥି ଗାଁ ନଈକୂଳ ଆମ୍ୱତୋଟା ଭୁଲି

ସହରୀ ଚାକଚକ୍ୟରେ ଫସିଛି l

କୃଷକ ଶ୍ରମିକ ଗାଁ ପାଣି ପବନରୁ ଉଦ୍ଭବ 

ଜୀବନ ଯା ପାଇଁ ରହିଛି

ଗାଁ ଓ ସହର ପରିପୂରକ ପରସ୍ପରର

ଭାଷଣ କେତେ ରଖିଛି l

ସବୁ ଜାଣିଶୁଣି ଏ କଳି ଯୁଗରେ କାହିଁକି

ଯନ୍ତ୍ରମାନବ ସାଜିଛି

ଶିଳ୍ପସମୃଦ୍ଧ କରୁଛି ଭାବିଛି ଯାହା ମୁଁ

କାଳର କରାଳେ ଧ୍ଵଂସ ହେଉଛି l

ଭଗବତ ବିଶ୍ୱାସ ଆଧ୍ୟାତ୍ମିକ ଚେତନାରେ

ପ୍ରିୟା ପ୍ରିତୀ କେତେ ମାପୁଛି

ତଥାପି ଜଗନ୍ନାଥ କୈବଲ୍ୟ କଣିକା ଟିକିଏ

ନିଜ ପାଇଁ ସାଇତି ରଖିଛି

ନିଜେ ପଙ୍ଗୁ ଅଥର୍ବ ଦିବ୍ୟାଙ୍ଗ ସାଜି ସଜେଇ

କେବେଠୁ ମରିସାରି ଖାଲି ବଞ୍ଚିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract