STORYMIRROR

Prakash ranjan Swain

Abstract Romance Fantasy

4  

Prakash ranjan Swain

Abstract Romance Fantasy

ନିରବତା

ନିରବତା

1 min
433

କେବେ ନିରବତା

ତୁମ ଆଖିର କଜଳର ଗାର

ଆଉ ପୁଣି କେବେ ନିରବତା

ଅଙ୍କାବଙ୍କା ସେଇ ନଦୀର ଧାର

କେବେ ନିରବତା

ମୋ ପ୍ରିୟାର ଅଭିମାନୀ ମନ

କେବେ ନିରବତା ସଂଜୀବନୀ ସାଜି

ଦେଇଯାଏ ପୁଣି କାହାକୁ ଜୀବନ

କେବେ ନିରବତା

ମନର ନିରବତାକୁ ଭାଙ୍ଗେ

ଆଉ ପୁଣି କେବେ

ବିନା ଫଗୁଣରେ ରଙ୍ଗରେ ରଙ୍ଗେ

କେବେ ନିରବତା ସ୍ବପ୍ନଟିଏ ସାଜିd

ରାତିର ସାଥି ହେଇଯାଏ

କେବେ ନିରବତା ଝଡଟିଏ ସାଜି

ପଲକରୁ ନିଦ ଚୋରି କରିନିଏ

କେବେ ନିରବତା ଦୂର ଆକାଶ ଦେହରେ

ଖଣ୍ଡ ଖଣ୍ଡ ଭସା ବାଦଲ

ଆଉ ପୁଣି କେବେ ନିରବତା

ପୃଥିବୀ ଛାତିରେ ବୁନ୍ଦା ବୁନ୍ଦା ଜଳ

କେବେ ନିରବତା ଚୁପି ଚୁପି

ପ୍ରଶ୍ନର ପାହାଡ ସୃଷ୍ଟି କରେ

କେବେ ନିରବତା କିଛି ନ କହି

ଉତ୍ତର ବି ଦେଇଯାଏ

କେବେ ନିରବତା ଅଜଣା ସାଜି

ଦିଗହରା କରିଦିଏ

ଆଉ ପୁଣି କେବେ ନିରବତା

ହାତଧରି ନେଇ ବାଟୋଇର ସାଥି ହୁଏ

କେବେ ନିରବତା

ନାରୀ ମନର ଆଦେଖା କ୍ଷତ

କେବେ ନିରବତା ଆଉ କାହା ପାଇଁ

ଦୁଃଖ ଭରା ସେଇ କଣ୍ଟକିତ ପଥ

କେବେ ନିରବତା ମନର କାନ୍ଥରେ

ଅତୀତର କିଛି ଅଭୁଲା ଚିତ୍ର

ଆଉ ପୁଣି କେବେ ନିରବତା

ଅତୀତକୁ ଭୁଲି ଏକ ସୁନ୍ଦର ଭବିଷ୍ୟତ

କେବେ ନିରବତା ପ୍ରିତୀ ପରସର

ପୂର୍ଣ୍ଣମୀ ଚାନ୍ଦର ଚାନ୍ଦିନୀ

ଆଉ ପୁଣି କେବେ ନିରବତା

ଅମାବାସ୍ୟା କୁଳର ନନ୍ଦିନୀ

କେବେ ନିରବତା ମନ ଆଇନାରେ

ମିଳନର ଏକ ଛବି

କେବେ ନିରବତା ଲୁଚି ରହିଥିବା

ମନ କାଗଜରେ ନିରବ କବି

କେବେ ନିରବତା

ପ୍ରେମିକର ମିଛ ପ୍ରତିଶ୍ରୁତି

ଆଉ ପୁଣି କେବେ ନିରବତା

ପ୍ରେମିକାର ପ୍ରେମହୀନ କିଛି ପ୍ରୀତି

ନିରବତା କେବେ ଗାଁର ଶେଷରେ

ମଶାଣିର ସେ ଯେ ଠିକଣା

ନିରବତା କେବେ ପ୍ରେମ ରାଇଜର

ଖୁସିରେ ସଜା ସେଇ ଝୁଲଣା ।

ନିରବତା କେବେ ଅସହ୍ୟ ତାତିରେ

କାଳ ବୈଶାଖର ଝାଞ୍ଜି ପବନ

କେବେ ନିରବତା ତୁମ ପରଶରେ

ପ୍ରେମ ଭରା ମୋର ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract