ଉଡାଣ
ଉଡାଣ
ଶୁଆ ଶାରୀ ଦୁହେଁ ବୁଲୁଥିଲେ ଦିନେ
ଗହନ ବନର ବୁକେ
ଦେଖି ଭାବୁଥିଲି ଉଡି ବୁଲିବାର
ଜୀବନଟା କେଡେ ସୁକେ ।
ସ୍ୱାଧୀନ ତାଙ୍କର ଜୀବନୀ ଉଡାଣ
ମୋହିଲା ମନକୁ ମୋର
ଭାବୁଥିଲି ବସି ପିଞ୍ଜରା ରେ ତାଙ୍କୁ
ମିଳନ୍ତାକି ଏହି ସୁକ ।
ପିଞ୍ଜରା ର ଏହି ବନ୍ଦୀର ଜୀବନ
ମରଣ ସହ ସମାନ
ହସୁଥାଉ ନୀତି ଖୋଲା ଆକାଶରେ
ବିହଙ୍ଗ ମଧୁର ଜଣ ।
ଫଗୁଣରେ ବସନ୍ତରେ ସବୁରି ସାଥିରେ
ହସୁଥାନ୍ତୁ ସବୁବେଳେ ସବୁ ସମୟରେ ।
ଉଡୁ ଥିବ ଡେଣା ଝାଡି ଝାଡୁଥିବ ପର
ଗାଉଥିବ ନାନା ଗୀତ ସାଥିସଙ୍ଗ ମେଳ ।
ଉଡି ଉଡି ବୁଲୁଥିବ ଆକାଶଟା ସାରା
ଗୁନୁ ଗୁଣୁ ଗୀତ ଗାଇ ଖୁସି ଥିବପରା ।