Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Romance Classics Fantasy

4  

Sonali Swapna Patra

Romance Classics Fantasy

ସପନ ସୁନ୍ଦରୀ

ସପନ ସୁନ୍ଦରୀ

1 min
346



ନଜରରେ ତୁମ ନଜର ମିଶାଇ 

ତୁମକୁ କରିଛି ଚୋରି,

ରାଗିବନି ପ୍ରିୟା ଭାଙ୍ଗିଯିବି ମୁହିଁ

ସରଗର ଅପସରି ।


ଚୋରା ଚାହାଣୀରେ ହାଣେ ମୋର ହୃଦ

ପ୍ରିୟା ମୋର ଅନାମିକା,

ମୁକୁଳା କେଶ ତା ସାଗର ଲହଡ଼ି

ତୁମେ ମୋ ମନ ନାୟିକା ।


ଆଗୋ ଅପରୂପା ପ୍ରେମିକା ମୋହର

ବାସ ତୋ ମଲ୍ଲି ଅତର,

ତୋହରି ଆଗରେ ଫିକା ଲାଗୁଅଛି

ଏହି ମୋ ପ୍ରେମ ପତର ।


ରକ୍ତିମ ଓଠ ଯେ ଅତି ମନୋଲୋଭା

କରେ ମୋତେ ଆନମନା,

ତୁମେ କି ବୁଝିବ କେତେ ଭଲ ପାଏ

ବ୍ୟକ୍ତ ମୁଁ କରିପାରେନା ।


ତଥାପି ଲେଖୁଛି ତୁମ ପାଇଁ ପ୍ରିୟା

ଆଗୋ ମୋ ମନ ମାନସୀ,

ଦୂରେ ରହି ଆଉ ଦିଅନାହିଁ କଷ୍ଟ

ତୁମେ ହିଁ ମୋ ସବୁ ଖୁସି ।


କେଜାଣି ବିଧାତା କେମିତି ଗଢିଛି

ରୂପରେ ଉପମା ଦେଇ,

ସପନ ସୁନ୍ଦରୀ ସପନରେ ଆସି

ପ୍ରୀତି ଥରେ ଯାଅ ଦେଇ ।



Rate this content
Log in

Similar oriya poem from Romance