STORYMIRROR

Sudeshna Pradhan

Abstract Action Fantasy

4  

Sudeshna Pradhan

Abstract Action Fantasy

ଜୀବନର ପ୍ରହେଳିକା

ଜୀବନର ପ୍ରହେଳିକା

1 min
223


ଜୀବନ ଜିଇଁବା ଜିଇଁକି ମରିବା 

ବନ୍ଧୁର କର୍କଶ ପଥ 

ସଂସାରେ ବଂଚିବା ଶାନ୍ତିରେ ବଢିବା

ଜୀବ ଏଠି ଅସମର୍ଥ ll


ଜନ୍ମ ମୃତ୍ୟୁ ସତ୍ୟ କାମନା ଅସତ୍ୟ

ସେଥିଲାଗି ବିଷମତା

ମୃତ୍ୟୁ ଧ୍ରୁବ ଥୟ ମୁଁ ସୁର ଅଥୟ

ମୋର ପାଇଁ ବିସର୍ଣ୍ଣତା ll


ଉଜ୍ଜ୍ୱଳ ମାଧ୍ୟାହ୍ନ ଛାଇ ଏଠି ନ୍ୟୁନ

ଦୀପ୍ତିମାନ ଉତ୍କର୍ଷତା 

ମହାନ ବ୍ୟକ୍ତିତ୍ୱ ଗାରିମାରେ ଖ୍ୟାତ 

ଛାୟାଯୁକ୍ତ ସୁର୍ଣ୍ଣିମତା ll


ଏଠି ସୂର୍ଯ୍ୟ ଚନ୍ଦ୍ର  କିଏ ଅବା ସ୍ଥିର

ବିଧିର ବଡ଼ ବିଧାନ

ହୋଇ ଛାୟାଗ୍ରସ୍ତ କାଳିମାରେ ସେତ

ପରାଗ ପୁଣି ଗ୍ରହଣ ll


ଖରା ଛାଇ ଖେଳ ମନ ମାୟାଜାଲ

ଦୁଃଖ କଷ୍ଟ ହସ ଖୁସି

ଚକ୍ରକାର ଗତି ଦିନ ପରେ ରାତି

ଭଲ ମନ୍ଦ ହୃଦେ ଝାସି ll


ଏଇତ ଦୁନିଆଁ ଶିଖୁ ସଦା ନୂଆ

ଅନୁଭବେ ଅନୁଚିନ୍ତା

ଜୀବନ ଜୀବିକା ଅଟେ ପ୍ରହେଳିକା

ଦର୍ଶନ ଲାଗଇ ପିତା ll


ମରୁ ମରୀଚିକା ଚାତକ ପରିକା

ଅପେକ୍ଷାରେ ସୁଖଶାନ୍ତି

ଜୀବନ ନଉକା ଲକ୍ଷ୍ୟ ଶୂନ୍ୟ ଶକା

ଉପେକ୍ଷାରେ ଦୁଃଖ ଭ୍ରାନ୍ତି ll


ଖରା ଥିଲେ ଛାଇ  ବଢ଼ିକି କମିକି 

ଖରା ଗୁଣ ଗାନ କରେ

ସତ୍ୟପଥେ ଥିଲେ କଣ୍ଟାଟି ଗଳିଲେ

ପୁରସ୍କାର ସାଧୁତାରେ ll


ବିରହ ବେଦନା ଭୌତିକ କାମନା

ଖରା ଛାଇ ଲୁଚକାଳି

ହରାଇ ସମ୍ପର୍କ ଶୋକରେ ଆତୁର

ପଛ ଭୁଲି ଆଗେ ଚାଲି ll


କିଏବା ନିଜର କିଏ ତୋର ପର

ସମ୍ପର୍କ ଭସା ବାଦଲ

ଉଷ୍ମ ବର୍ଷା ଶୀତ ସଦା ଆତଯାତ

ଯନ୍ତ୍ରଣାରେ କଲବଲ ll


ରୋଗ ଯନ୍ତ୍ରଣାରେ ସେ ଷଡ଼ରିପୁରେ

ଅନ୍ଧକାରେ ଛାଟିପିଟି

ଆଶାର ଆଲୋକ ଏକା ପ୍ରଶାସକ

ପ୍ରଭୁ ତୁମେ ମୋଟାମୋଟି ll


କାଳିଆ ଠାକୁର   ଜଗତ ଈଶ୍ୱର

ଥାଏ ପାଦେ ଯାର ମନ

ଖରା ଛାଇ ଖେଳ ତା ସାଥେ ମଙ୍ଗଳ

ହେଉଥାଏ ପ୍ରତିକ୍ଷଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract