STORYMIRROR

CHINMAYEE PRADHAN

Abstract Fantasy

4  

CHINMAYEE PRADHAN

Abstract Fantasy

ଅହଂକାରୀ ମଣିଷ

ଅହଂକାରୀ ମଣିଷ

1 min
240


ଆଜି ଅଛି ଯିଏ କାଲିକି ନ ଥିବ

ଏତେ ଗର୍ବ କାହିଁପାଇଁ ବା କରିବ।


ଜନମ ଲଭିଛି ନିଶ୍ଚୟ ମରିବ

ଗୁଣକର୍ମ ଥିବ ହେଲେ ସେ ନ ଥିବ।


ଆଜି ଯିଏ ରାଜା ସିଂହାସନେ ଅଛି 

କାଲି ଥାଳ ଧରି ଭିକ୍ଷା ମାଗୁଅଛି। 


ଜୀବନ ଯୌବନ ନୁହେଁ ଚିରସ୍ଥାୟୀ 

ରହି ନାହିଁ କିଛି ରହିବ ବି ନାହିଁ। 


ଧନର ଗରବ ନାଶଇ ସରବ

ରହିବନି କେବେ ଏହାର ବିଭବ। 


ଜ୍ଞାନୀ ହେଇ ଯେବେ ଅଛି ଅହଙ୍କାର 

ତୁଚ୍ଛ ଅଟେ ମୂଲ୍ୟ ପରା ସେ ଜ୍ଞାନର। 


ଅଭିମାନୀ ନୁହେଁ ସ୍ବାଭିମାନୀ ହେଲେ

ଜିଣିବା ଜଗତ ସହଜରେ ଭଲେ। 


ରାବଣର ଅହଙ୍କାର ପାଇଁ ପରା 

ସ୍ଵର୍ଣ୍ଣ ଲଙ୍କା ନାଶ ହେଇ ଯାଇ ଥିଲା। 


ଜ୍ଞାନରେ ଧନରେ ବଡ ସିଏ ଥିଲା 

ଅହଙ୍କାର ପାଇଁ ସବୁ କିଛି ଗଲା। 


ଅହଙ୍କାରୀ ହୋଇ ନିଜ ସ୍ବାର୍ଥ ପାଇଁ 

ସବୁ ନିୟମକୁ ମଣିଷ ଲଂଘଇ। 


ସଂପର୍କର ମାନେ ବୁଝେନାହିଁ ସିଏ 

ସହଜରେ ଗୋଡେ ଆଡେଇ ତ ଦିଏ।


କେତେ ରଙ୍ଗ ସତେ ଅଟେ ଜୀବନର

ଶେଷ ସାଥୀ ଅଟେ ଯେ ଧଳା ଚାଦର।


ମିଛ ମାୟା ମୋହେ ପଡି ଯାଇ ନର

କରେ କେତେ ଗର୍ବ କେତେ ଅହଙ୍କାର।


ସ୍ନେହ ପ୍ରେମ ଦୟା ଗୁଣ କରି ଦୂର

ଇର୍ଷା ହିଂସା କ୍ରୋଧ ଭରେ ମନେ ନର।


ଅହଂକାରୀ କେବେ ପାଏନା ଆଦର

ହୁଏ ଖାଲି ସିନା ଘୃଣାର ପାତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract