ପ୍ରିୟତମ
ପ୍ରିୟତମ
ପ୍ରଥମ ପ୍ରେମର ପ୍ରଥମ ଦେଖା ସେ
ଆଜିବି ମୋ ମନ ଝୁରେ
ସଞ୍ଜ ନଇଁଗଲେ ଚାନ୍ଦିନୀ ରାତିରେ
ଢେଉ ଭାଙ୍ଗେ ପ୍ରିତୀ ତିରେ l
ଏକାନ୍ତ ମୁହୂର୍ତ୍ତ ଲାଗୁ ନାହିଁ ଭଲ
ତୁମେ କି ଝୁରୁନ ମୋତେ
ଚିନ୍ତା ଓ ଚିନ୍ତନେ ସ୍ମୃତି ଛବି ସବୁ
ଆଦୃତ ମାନସ ପଟେ l
ଭାବବେଗ କେବେ ପାରେନା ବଖାଣି
ପ୍ରିତୀ ମଧୁ ଶବ୍ଦ ଯେତେ
ଦେଖି ଦେଲେ କେବେ ମଥା ନଇଁ ଯାଏ
କେମିତି କହିବି ସତେ l
ପ୍ରିୟତମ ତୁମେ ମନର ମଣିଷ
ହୃଦୟେ କରିଛ ଘର
ପ୍ରିତୀ ପୁନେଇଁର ତୁମେ ପୂର୍ଣ୍ଣଜହ୍ନ
ଭାବଗ୍ରାହି ଚିତ୍ତ ଚୋର l
ପ୍ରିତୀ ନଦୀ ତୀରେ ପ୍ରିତୀ ସ୍ପର୍ଶ ବାରେ
ରତିକା ରମଣୀ ମୁହିଁ
କର ଧରି କେବେ କରିବ ଆପଣା
ମଥାରେ ସିନ୍ଦୁର ହୋଇ ll