STORYMIRROR

Chittaranjan Nanda

Abstract Fantasy Inspirational

4  

Chittaranjan Nanda

Abstract Fantasy Inspirational

ସେବାର ଭାବନା ସାଧନାର ଫଳ

ସେବାର ଭାବନା ସାଧନାର ଫଳ

1 min
414


ଖଳ ମଣିଷର ମନ ସର୍ବଦା କିପରି 

ଖୋଳିବ ଆନର ଗୋଇ  

ତାର ସବୁ ବଳ ଓ କଳ, ମାୟା କୂଟ 

ଛଳରେ କଟାଇ ଥାଇ  ।୧।


ସ୍ୱାର୍ଥତ୍ୟାଗୀ, ସେବାରେ ସମୟ ସାରି

ହୁଏ ତ ସୁଖ ପ୍ରାପ୍ତ

ଦେଖାଣିଆ ସେବା ନଦେବ କେବେ ଶାନ୍ତି

ଲାଳସା ତ ନିଜ ହିତ l୨l


ଦୁଃଖ ଆସେ, ସେବାର ନାମରେ ଆଜି 

ଚାଲେ ଫେସନ ବଜାର

ଭୁଲୁଛି ମଣିଷ ବଂଚିବା ରହିବା ବଢିବା ପାଇଁ 

ନିଏ ସାହାଯ୍ୟ ଅନ୍ୟର l୩l


ସେବାର ଭାବନା କେବଳ ସାଧନାରେ

ହୋଇ ଥାଏ

ସେବା ଲାଗି ସଚ୍ଚୋଟତାର ପ୍ରୟୋଜନ 

ପଡି ତ ଥାଏ  l୪l


ନିଚ୍ଚ ସ୍ୱାର୍ଥ ପାଇଁ ମଣିଷ ଯେବେ ବହୁ 

ରୂପ ଧାରଣ କରେ

ସାଧୁତାର ବେଶେ ଶୋଷଣର ଫାଶ 

ପକାଏ ସେହି ବିଷରେ ।୫।


ସେହି ଖଳ ମଣିଷର କୁଟିଳ ପ୍ରକୃତି, 

ନିଜେତ ଅଳିଆ ଗଦା 

ରଖିବନି ଭାବ କେବେ, ତାକୁ ଆବର୍ଜନା 

କୁଣ୍ଡେ କରିବ ପଦା l୬l


ସ୍ୱାଭିମାନ ଅଟଇ ମହାନ, ଅଛି ପ୍ରତ୍ୟେକ 

ମନୁଷ୍ୟର ଜୀବନରେ,

ମନସ୍ତ କର, ସ୍ୱାଭିମାନେ ଆଘାତ ଲାଗିଲେ  

ରହିବନି ସେ ସ୍ଥାନରେ ।୭।


ଧର୍ମ ସଂସ୍କୃତି ଅନେକ, କର୍ମର ମହାନତା କହିଛି 

ପ୍ରତ୍ୟେକ ଧରମ ଓ ସଂସ୍କୃତିରେ

ସତ୍ୟ ଅନ୍ୱେଷଣ, ନିଃସ୍ଵାର୍ଥ ସେବା, ପବିତ୍ର ମନଠୁ 

ନାହିଁ ଅନ୍ୟ ଧର୍ମ, ମନେ ରଖିବାରେ l୮l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract