STORYMIRROR

SOUDAGAR BISWAL

Fantasy

4  

SOUDAGAR BISWAL

Fantasy

ସନ୍ତାନ

ସନ୍ତାନ

1 min
289

ପରିବାର ହସେ ଯା ପାଦ ପଡ଼ିଲେ

ଅଟଇ କୁଳର ଶଶୀ

ମହ ମହ ବାସେ ସେ ବାସ ଚନ୍ଦନ 

ହୋଇଲେ ବିଭୁ ଯେ ଖୁସି।


ଉଦ୍ଧାରେ ସେ ପୁଣି ପୁତ୍ ନମେ ନର୍କୁ

ସନ୍ତାନ ଯେ ଗୁଣମଣି

କୁପୁତ୍ର ହୋଇଲେ ସେ ଗୋଟି କୁମର

ବଂଶ ବୁଡେ ଏହା ଜାଣି।


ପୁରି ଉଠେ ପୁର ଆଗମନେ ତା'ର

ନାଚଇ ଦାଣ୍ଡ ଅଗଣା

ଆତ୍ମାରେ ଖେଳଇ ନୂଆ ଉଦ୍ଦୀପନା

ଶୁଭିଲେ କୁଆଁ କାନ୍ଦଣା।


ଷଠୀ ପଞ୍ଚୁଆତି ନାମ କରଣ ତା

ପାଳିତ ହୁଏ ଆନନ୍ଦେ

ରତିଏ ସ୍ବପ୍ନକୁ ରାତିର ଅଭାବ

ବିହି ସର୍ଜନ ଏ ଭୁବେ।


କେ ଡାକଇ ଲକି କେ ଡାକଇ କୁନା

କିଏ ଡାକେ ସୁନା ଧନ

ମନ ମହୋଦଧି ଜୁଆରେ ପୁରିତ

ଉଇଁଲା ଉଆଁସେ ଜହ୍ନ।


ପିଠା ମିଠା ପ୍ରୀତି ଭୋଜନ ଦାନରେ

ପରିବାର ଚଳଚଞ୍ଚଳ

ଜେଜେ ମାଆ ଓଠେ ଖେଳଇ ଲାଲିମା

ଜେଜେଙ୍କର ଗଳା ମାଳ।


ମାଆ ଜୀବନର ପୂର୍ଣ୍ଣତା ସିଏ ତ

ବାପାର ରଙ୍କ ପସରା

ଓଠୁ ଝରେ ଯେବେ ପ୍ରଥମ ଶବଦ

ରାତିରେ ଉଅଁଇ ଖରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy