STORYMIRROR

Gangotri Priyadarshini

Abstract Fantasy Inspirational

4  

Gangotri Priyadarshini

Abstract Fantasy Inspirational

ହାଏ ଏ ପୃଥିବୀ

ହାଏ ଏ ପୃଥିବୀ

1 min
279

ନିର୍ଜନ ଦ୍ଵୀପ ରେ ନିବୁଜ ମନ ମୋ

ପୁସ୍ତକରୁ ଖୋଜେ ମଣିଷର ଛାଇ

ନୀରବତା ଦ୍ଵନ୍ଦ ନିଷ୍ଠୁର ସତ୍ୟ ରେ

କେବେ ବଦଳିବ ଭାଗ୍ୟ କିଏ ଜାଣଇ ।।


ଆଖି ଖୋଜି ବୁଲେ ନିଶ୍ବାସ ର ଗହଳି

ଚମତ୍କାର ବିଶ୍ଵ ସତେ କେଡେ ବିସ୍ମୟ

ଅନେକ ଜୀବନ ସଂସ୍କୃତି ସଂସାରେ

ଅପୂର୍ବ ଅନୁଭବ କରେ ମୋତେ ଅଥୟ ।।


ନା ନା ଅଭିବ୍ୟକ୍ତି ପୁଣି ପରମ୍ପରା

ଜାତି ଧର୍ମ ନିର୍ବିଶେଷ ଏଇ ଧରାରେ

କ୍ଷଣକରେ ଦିଆନିଆ ଭାବର ସମୁଦ୍ର

ହଜି ହଜି ଯାଏ ଭାବନାର ଖିଅରେ ।।


ଏକରୁ ଅନେକ ସମ୍ପର୍କର ସ୍ୱର ଅତି ମଧୁର

ଭାଗ୍ୟବାନ ଜନ ମାନସ ଧରା ପୃଷ୍ଠେ ଜୀବନ

ସ୍ୱତନ୍ତ୍ର ଚେତନା ମାନବ ଅସ୍ତିତ୍ବ ଜାଗ୍ରତ କରି

ମହାର୍ଘ ମନୁଷ୍ୟ ଜୀବନ ଭାବି ହୋଇଲି ଧନ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract