କଳିଯୁଗର ପ୍ରହଲ୍ଲାଦ
କଳିଯୁଗର ପ୍ରହଲ୍ଲାଦ
ପ୍ରହଲ୍ଲାଦକୁ ଯେପରି
ତାଙ୍କ ପିତା ହିରଣ୍ୟକଶ୍ୟପ
ହରି ନାମ ତ୍ୟାଗ କରିବାକୁ
ବାରମ୍ବାର କହୁଥିଲେ
ବାରଣ କରିବାରୁ ତାକୁ
ନାନା ଦଣ୍ଡରେ ଦଣ୍ଡିତ କରୁଥିଲେ
କିନ୍ତୁ ନିର୍ଭୀକ ହରି ଭକ୍ତ ପ୍ରହଲ୍ଲାଦ
ପିତାଙ୍କ ନିର୍ବାସନ ଦଣ୍ଡକୁ
ଖାତିର ନ କରି ସହିଯାଉଥିଲେ
ନାନା ନିର୍ଯାତନା କଠୋର ଦଣ୍ଡ
ଦେବା ସତ୍ୱେ ସେ ଶ୍ରୀ ହରି କହି
ତ୍ରାହି ପାଇ ଯlଉ ଥିଲେ l
ସତ୍ୟ ଯୁଗର ପ୍ରହଲ୍ଲାଦକୁ
କଲି ଯୁଗର ପ୍ରହଲ୍ଲାଦ
ଆକାଶ ପାତାଳ ତଫାତ
ତଥାପି ପ୍ରହଲ୍ଲାଦ ପରି ସିଏ
ଦୃଢ଼ ମନା ଓ ଜିଦଖୋର ଅଟେ
ଜଳଚର ପ୍ରାଣୀଟିଏ ସେ
ଜଳରେ ଆରମରେ ଥାଏ
ନିଜର ପିତା ପୁତ୍ରର ଶତ୍ରୁ ହେଲା ପରି
ଏ ମନୁଷ୍ୟ ତାର ପରମ ଶତ୍ରୁ ହୁଏ
ନଇରେ କିମ୍ବା ନାଳରେ ମଣିଷ
ଯେତେବେଳେ ସ୍ନାନ କରିବାକୁ ପଶେ
ସେତେବେଳେ ସେ ଧୀରେ ଧୀରେ ଆସି
ମାନବ ଶରୀରରେ ଲାଗିଯାଏ,
ରକତ ଶୋଷି ଶୋଷି ବୋଡ଼l ସାପ ପରି
ପୁଲିଗଲେ ପାଣିରେ ସେ ଖସିପଡ଼େ
କିନ୍ତୁ ଶରୀରରେ ଲାଗିଥିବା ସମୟରେ
ତାକୁ କେତେ ମାରିଲେ କି ହାଣିଲେ
ଟିକି ଟିକି କରି ଖଣ୍ଡ କରିଦେଲେ
କେବେହେଲେ ସେ ମରିନ ଥାଏ
ପ୍ରହଲ୍ଲାଦ ପରି ଦଣ୍ଡ ଭୋଗେ ସତ
କିନ୍ତୁ ନିଜର ପେଶା ଓ ପ୍ରହଲ୍ଲାଦ ପରି
ଶ୍ରୀ ହରି ପଦ ଘୋଷାକୁ
ଏ ପ୍ରହଲ୍ଲାଦର ରକ୍ତ ଶୋଷlକୁ ସେ
ମୂଳ ମନ୍ତ୍ର ଭlବେ ଗ୍ରହଣ କରି ଥାଏ
ତୁମେ ତାକୁ ଦେଖିଛ, ଆଉ ଜାଣିଛ
ଜଳ ମଧ୍ୟରେ ରହି ଥାଏ
ଆଖି ନ ଥିବା ଓ ଗୋଡ ନଥିବl
କଳି ଯୁଗର ପ୍ରକୃତ ପ୍ରହଲ୍ଲାଦ
ହେଉଛି ବିଚିତ୍ର ଜୀବ " ଜୋକ "।
