ନିଜଠୁ ନିଜର ତୁମେ
ନିଜଠୁ ନିଜର ତୁମେ
ଫୁଲରେ ଫୁଲରେ ଜହ୍ନ ଢାଳୁଥିଲା
ଜ୍ୟୋତ୍ସ୍ନାରେ ଭିଜା ପ୍ରୀତି
ଭୁଲି ହୋଇଗଲା ହୃଦୟର ଜ୍ୱାଳା
ଶୀହରିତ ହେଲା ରାତି I
ମନ ବୁଲୁଥିଲା ଦୂର ଅତୀତରେ
ଆଖିଆଗେ ଥିଲ ତୁମେ
ଫଗୁଣ ହସିଲା ମୁରୁକି ମୁରୁକି
ଭିଜାଇଲ ତୁମ ପ୍ରେମେ I
ଫଗୁଣ ଆସିଲା ତୁମେ ବି ଆସିଲ
ଖୁସିରେ ଝୁମିଲା ମନ
ଅନ୍ଧାରେ ଯେବେଳେ ଛୁଇଁଦେଲ ମୋତେ
ରାତି ବି ଲାଗିଲା ଦିନ I
ବେଦରଦୀ ସ୍ମୃତି ଲୁହେ ତିନ୍ତାଇଲା
ପୋଛିଦେଲ ତୁମେ ସଖୀ
ତୁମ ଦେହେ ଦେଖି ଫଗୁଣ ଚମକ
ଜଳକା ହେଲା ମୋ ଆଖି I
ତୁମ ଦେହ ଛୁଇଁ ମଳୟ ବହିଲା
ଆଖିରୁ ଝରିଲା ଜ୍ୟୋତି
ଫୁଲଟିଏ ଭାବି ଭଅଁର ତୁମକୁ
ଧିରେ ଚୁମିଦେଲା ସଖୀ I
ତୁମ ସହରର ଧୂଳି ଗୋଡି ମାଟି
ତୁମପାଇଁ ମୋର ପ୍ରିୟ
ଏଇ ଦୁନିଆରେ ତୁମେ ହିଁ ନିଜର
ତୁମ ଛଡା କେହି ନୁହଁ I
