STORYMIRROR

Chinmaya Kumar Nayak

Abstract Fantasy

3  

Chinmaya Kumar Nayak

Abstract Fantasy

ପରୀ ରାଇଜ

ପରୀ ରାଇଜ

1 min
197

ନଦୀର ଚହଲା ସଲିଳେ ନିରେଖି

କଳାନିଧି ଯେବେ ସଜାଡେ ମଥା

ଲାଜେଇ ଲାଜେଇ ଆଲୁରା କେଶକୁ

ଆଡ଼େଇ ମେଘର କୃଷ୍ଣ ପରଦା

ମନେପଡ଼େ ସେହି ଜହ୍ନ ରାତି ଦେଖି

ପରୀ ରାଇଜର ଅଶୁଣା କଥା। 


କଳା ମଚ ମଚ ନିଶିଥିନି ଯେବେ

ପିନ୍ଧେ ଜହ୍ନ ବୋଳା ଶ୍ଵେତ ବସନ,

ଧୋବାଲା ରାତିରେ ବଉଳ ବାସରେ

ପାଷାଣ ଛାତିରେ ଉଠେ କମ୍ପନ।

ଝରା ଶେଫାଳିର ମଧୁଗନ୍ଧ ପାଇ

ମିଳେ କା ସ୍ମୃତିର ମଧୁ ବାରତା

ମନେପଡ଼େ ସେହି..........


ଖଦ୍ୟୋତର ମିଞ୍ଜି ମିଞ୍ଜି ରୋଷଣୀରେ

ଛାଇ ଛାଇ ଦିଶେ କା ସ୍ନିଗ୍ଧ ରୂପ

ସରସୀ ପୃଷ୍ଠରେ କୁମୁଦିନୀ ରୂପେ

ଝଟକେ ତରୁଣୀ ମୁଗ୍ଧ ସ୍ୱରୂପ

ଖିଲି ଖିଲି ହସ କର୍ଣ୍ଣ ପଥ ଦେଇ

ହରିନିଏ ଯେତେ ଜୀବନ ବ୍ୟଥା

ମନେପଡ଼େ ସେହି..........


କିଏ କହେ ପରୀ ସ୍ବର୍ଗୀୟ ସୁନ୍ଦରୀ

ପୂର୍ଣ୍ଣମୀରେ କେବେ ଦେଖିଛ ରାତି !

ଦେଖିଛ କି ପଦ୍ମ ପାଖୁଡ଼ାରେ କେବେ

ଢଳ ଢଳ ଜଳ ବିନ୍ଦୁରେ ମୋତି !

ସୌନ୍ଦର୍ଯ୍ୟ ଆଶାୟୀ ହୃଦ ଅଗଣାରେ

ପରୀଟିଏ ଏକ ବାସ୍ତବ କଥା

ମନେପଡ଼େ ସେହି..........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract