ଦୁଃଖ୍ ଆର୍ ସୁଖ୍
ଦୁଃଖ୍ ଆର୍ ସୁଖ୍
ଅଚାନକ୍ ଦିନେ ଭେଟ୍ ପଡି ଗଲେ
ଦୁଃଖ୍ ଆର୍ ସୁଖ୍ ଦୁହେ
ମୁନୁଷ ଦିହର୍ ଦୁହିଟା କୁନୁଆଁ
କିହେ ଆନ୍ ଭିନ୍ ନୁହେ । ୧
ଗୁଟେ ଦିହେଁ ଦୁହେ ଘର୍ କରିଛନ୍
ଠିକ୍ ଦୁହେ ଦୁଇ ଭାଇ
ଦୁହେ ମୁନୁଷର୍ ସାଂଗେଁ ରହିଛନ୍
ଯେନ୍ତା ଗଛର୍ ଛାଇ । ୨
ଦୁଃଖ୍ ପଚରାଲା ସୁଖ୍ ଭାଇ ତୁଇଁ
ବଡେଟେ ଭାଗ୍ୟବାନ୍
ତତେ ପାଏବାକେ ଲୁକେ କରୁଛନ୍
କେତେଟେ ଧରମ୍ କାମ୍ । ୩
ଦୁଃଖ୍କେ
ସୁଖ୍ କହେଲା ଭାଇ ରେ
ତୁଇଁ ଭାଗ୍ୟବାନ୍ ଯହ
ଦୁଃଖେଁ ଆପନାର୍ ଲୋକ୍କୁଁ ମନେ
ପକାସନ୍ କିନି କହ । ୪
ଶିରୀ ସମ୍ପଦ୍ ପାଏଲେଁ ଲୁକର୍
ମନ୍ଟା ଯାଏସି ଫୁଲି
ସୁଖେଁ ଥିଲା ବେଲେଁ ନିଜର୍ ଲୋକ୍କୁଁ
ସଭେ ଯାଏସନ୍ ଭୁଲି । ୫
ସୁଖ୍ ପରେଁ ଦୁଃଖ୍ ଦୁଃଖ୍ ପରେଁ ସୁଖ୍
ଗୁଟେ ପରେଁ ଗୁଟେ ଆସେ
ଦୁହିକେ ସମାନ୍ ଭାବ୍ ରଖିଥିଲେଁ
ଜୀବନ୍ ମହକି ବାସେ । ୬