ଫଗୁନ୍ ଯେଭେଁ ଆଏଲା
ଫଗୁନ୍ ଯେଭେଁ ଆଏଲା
ଫଗୁନ୍ ଆଏବା ଜାନି ପର୍କୁତି
କରି ଦେଲା ସାଜ୍ ସଜା
ନୁଆଁ ବର୍ ଭେଷେଁ ମରତ୍ ଭୂଇଁକେ
ବିଜେ ହେବେ ଋତୁ ରଜା ।
ଝରିଗଲା ଜୁନ୍ହାଁ ଗଛର୍ ପତର୍
ପାଆଁଲିଲା ନୁଆଁ ଡାଲ୍
କଅଁଲି ପତରେଁ ସାଜି ଗଛ୍ ମାନେ
ଆକାଶେଁ ଟେକ୍ଲେ ଝାଲ୍ ।
ଆମ୍ ଚାର୍ ଗଛ୍ ବଉଲେଁ ସଜେଇ
ଠାଟେଁ ବାଟେଁ ହେଲେ ଠିଆ
ଚେରେ ଚିର୍ଗୁନ୍ ଗୀତ୍ ଗାଉଥିଲେ
ଶୁଭେଁ ଡାକ୍ ଦେଲା ଟିହା ।
ଦେଖନ୍ ସୁନ୍ଦର୍ ଲାଲ୍ ଜର୍ ଜର୍
ଶେମେଲ୍ ଫଲ୍ସା ଫୁଲ୍
ଲାଲ୍ ପାଟ୍ ପିନ୍ଧି ପର୍କୁତି ରାନୀ
ହଁସି ଦେଲା ମୁଲ୍ ମୁଲ୍ ।
କୁରୁଆଁ ସର୍ଗି ସୁନାରୀ ମଲ୍ଲୀ ଯେ
ଫୁଟି ଗଲେ କେତେ ଜାତି
ଗୁନ୍ ଗୁନ୍ ଗାଇ ରସିଆ ଭଅଁର
ଫୁଲ୍ ରସେଁ ଗଲେ ମାତି ।
କୁମ୍ଭାଟି ପଁଡ୍କା ହେଲେ ଡକା ହକା
ଇ ଡାଲେଁ ସେ ଡାଲେଁ ବସି
ଋତୁ ରଜା ସଂଗେ ପର୍କୁତି ରାନୀକେ
ଦେଖ୍ବାକେ ହେଲେ କସି ।
କୁଇଲି ଗାଏଲା କୁହୁ କୁହୁ ତାନେ
ରସିଆ ଆଏବେ ବଲିଁ
ପର୍କୁତି ସଜା ଦେଖି ଋତୁ ରଜା
ଆସୁଥିଲେ ହଲି ଝୁଲି ।
ବଉଲିଆ ଧୁକା ବୁହି କରୁଥିଲା
ତନ୍ ମନ୍ ମତୁଆଲା
ପର୍କୁତି ରାନୀ ସୁଆଗତ୍ କଲା
ହାତେଁ ଧରି ଫୁଲ୍ ଡାଲା ।
ସରଗର୍ ଶିରୀ ଶୋଭା ଠାନୁ ଯହ
ଦିଶୁଥିଲା ମନ୍ ଲୋଭା
ସରାଗେଁ ସୁହାସେଁ ଆସି ରାନୀ ପାସେଁ
ରଜା ଭରି ଦେଲେ ଗଭା ।
ପର୍କୁତି ସଂଗେଁ ଫଗୁ ଖେଲେଁ ରଂଗେଁ
ମାତି ଗଲେ ଋତୁ ରଜା
ଫଗୁନ୍ ଆଏଲା ମହକନ ଧରି
ଧରାଥିଁ ଉଡ୍ଲା ଧଜା ।
ଶୀତ୍ ଚାଲି ଗଲା ଦୁଃଖ୍ ଦେଇକରି
ଫଗୁନେ ହଁସ୍ଲା ଧରା
ଧରାକେ ଆଏଲା ସୁଖ୍ ମଧୁ ମାସ୍
ସୁଖର୍ ମହକ ଭରା ।
ଦୁଃଖ୍ ଦାର୍ଦର୍ ଭୁଲି ପର୍କୁତି
ସୁଖର୍ ଗୀତ୍କେ ଗାଏଲା
ଧରା ହଁସି ଦେଲା ମନ୍ ଖୁଲା ଖୁଲି
ଫଗୁନ୍ ଯେଭେଁ ଆଏଲା ।
