ଦୁନିଆଁ
ଦୁନିଆଁ
ଆଏଲେ କେତେ ଗଲେନ କେତେ
କିଏ ରଖୁଛେ ସୋର୍
ସମିଆ ହେଲେଁ ସବ୍କୁଁ ରାଁପି
ନଉଛେ ସମିଆ ଚୋର୍ ।
କିଏ ଦେଖୁଛେ ସୁଖର୍ ସପନ୍
କିଏ ପଡୁଛେ ଶୁଇ
ସଂସାର୍ ହାଟେଁ ଜୀବନ୍ ନାଟେଁ
ଦିନ୍ ଯଉଛେ ଗୁଇଁ ।
କିଏ ଖଟୁଛେ ଦିନ୍ ରାଏତ୍କେ
କିଏ ମରୁଛେ ଭୁଖେଁ
କିଏ ଭୁଗୁଛେ ସୁଖ୍ ସମ୍ପଦ୍
କିଏ ରହୁଛେ ଦୁଃଖେଁ ।
କିଏ ଚାଲୁଛେ ସତ୍ ଧର୍ମେ
କିଏ ଚୋର୍ ଠେଁଟ୍ ଦାଗୀ
ଘାଁଟି ମାରୁଛେ ଜୀବନ୍ ଜଂଜାଲ୍
ସବୁ ଇ ପେଟର୍ ଲାଗି ।
ଦିନର୍ ଉକିଆ ରାତିର୍ ଅନ୍ଧାର୍
ସବ୍କର୍ ଲାଗି ଗୁଟେ
ଜନମ୍ ମରନ୍ ମଝ୍ତେଁ ଜୀବନ୍
ଯାହାକେ ଯେନ୍ତା ଜୁଟେ ।
କାହାକେ ଲାଗ୍ସି ଖଁଡ୍ ମଧୁର୍
କାହାକେ ଲାଗ୍ସି ନୁନିଆଁ
ସଂସାର୍ ଗୁଟେ ଭାବ୍ ଭିନ୍ ଭିନ୍
ଇଟା ତ ଆମର୍ ଦୁନିଆଁ ।
