ଇ ମାଟିର୍ ପାଏନ୍ ପବନେ
ଇ ମାଟିର୍ ପାଏନ୍ ପବନେ
ଇ ମାଟିର୍ ପାଏନ୍ ପବନେ
ବଢ଼ିଛେ ଆମର ଦିହି
କେଡ଼େଟେ ଭାଏଗେଁ ଇ ମାଟିର୍ କୁଲେଁ
ଜନମ ଦେଇଛେ ବିହି ।
ଝର୍ ଝର୍ ଝର୍ ଝରନ ଝରୁଛେ
ଗଛ୍ ଫୁଲ୍ ଫଲ୍ ଭରା
ଖଲ୍ ଖଲ୍ ବହେ ନଏଦ୍ ନଲିଆ
ହଁସେ ଜହ୍ନ ବେଲ୍ ତରା
ଖେତ୍ ଖଲା ଆରୁ ଡଂଗର ଡୁଂଗ୍ରୀ
ମନ୍କେ ନଉଛେ ମୁହି ।
ଇ ମାଟିଁ ଫଲୁଛେ ସୁନାର୍ ଫସଲ
ମାଟିର୍ ମହତ ଦାନ୍
ଇ ମାଟିଁ ଭରିଛେ ହୀରା ନୀଲା ମୋତି
କୁଇଲା ଖଣି ଖାଦାନ୍
ଇ ମାଟିଁ ଆମର ଜୀବନ୍ ଜୀବିକା
ଇନ ଜୀବନର ନିହି ।
ମାଟିର୍ ପରବ ମାଟିର୍ ଗରବ
ଯେତେ କଲା ସଂସ୍କୃତି
ମାଟିର୍ ଗୁନ୍କେ ଗାଇ ଗାଇ କରି
ଯୁଗ୍ ଯୁଗ୍ ଗଲା ବିତି
ମାଟିର୍ ମହକ ମହକି ଯଉଛେ
ତନ୍କେ ମନ୍କେ ଛିଇ ।
ବାପ୍ ଅଜା ପନ୍ ଟିପନ୍ ଅଜା
ଥିଲେ ଇ ମାଟିର୍ ମୁଲେଁ
ହଁସି ଖେଲି ବୁଲି ଦିନ୍ କାଟି ଦେଲେ
ମାଏଟ୍ ମାଆଁର୍ କୁଲେଁ
ଇ ମାଟିଁ ଆମର ଜନମ ମରନ
ଦଏବି ଦେଇଛେ ଲିହି ।
ଇ ମାଟି ପାନି ଜୀବନର୍ ଆଶ୍
ପବନେ ବୁହୁଛେ ଶାଁସ୍
ଇ ମାଟିଁ ଆମର ଧରମ କରମ
ସୁଖର ସରଗ ବାସ୍
ଇ ମାଟିର୍ ଗୁନ୍ ଗାଉଥିମା ଆମେ
ଯେତେ ଦିନ୍ ଥିମା ଜୀଇଁ ।
