STORYMIRROR

SUKANTA KHANDA

Fantasy Others

3  

SUKANTA KHANDA

Fantasy Others

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

1 min
196


ଭାରି ସାଧାସିଧା ପତ୍ନୀଟି

ଗୋଟିଏ ଚାଉଳରେ ଗଢା଼ 

ଯାହାର କଳା ଭଅଁର ପରି କେଶଗୁଚ୍ଛ

ନାଲିନାଲି ଓଠକୁ,ଗୁଣ୍ଠୁଣୀ ହାତୀ ପରି ଚାଲି

ଆଉ ଲୋଟଣୀ ପାରା ପରି 

ଘୁମୁଘୁମୁ ହେଉଥାଏ ଘର ଓ ବାହାରେ।

ଦିନେ କହିଲି ହେଇଟି ଶୁଣୁଛ

କୁଆଡେ଼ ବାହାରକୁ ବୁଲି ଯାଆନ୍ତେ ନାହିଁ?

ହୋଟେଲରେ ଖାଆନ୍ତେ,ପାର୍କରେ ବୁଲନ୍ତେ ଆଉ ଲଜରେ ଶୁଅନ୍ତେ

ଫିକକିନି ହସିଦେଇ କହିଲା

ତୁମେ ତ ହୋଟେଲଠୁ ବଳି

ପାର୍କରେ କି ସୌନ୍ଦର୍ଯ୍ଯ ଭରି ରହିଅଛି

ଆଉ ରହିଲା ଲଜ 

ଏ ଘରେ ଶୋଇବାର ଅଭାବ ଅନୁଭବ ହେଉଛି ନା କ'ଣ?

ବୁଝିଲି ଗୋଟେ ନାରୀର ଅନୁଚିନ୍ତା

ଗୋଟେ ସକରାତ୍ମକ ମନୋଭାବ

ଯାହା ମନ୍ଦିର ତୋଳିବାକୁ ଆଗଭର।

ଅଭିମାନ ବୋଲି କିଛି ହିଁ ନାହିଁ

ଯାହା ମିଳିଲେ ହିଁ ସନ୍ତୋଷ

ଯେମିତି ସମୁଦ୍ରର ଗଭୀରତା

ପବନର ସାଇଁସାଇଁ ଗୀତ ନୀରବତା

ସୂର୍ଯ୍ଯଙ୍କ ପରି ଆଲୋକ ବୁଣିବାରେ କୁଆବୁଆ

ପାତର ଅନ୍ତର ଅଛି ନା ଅନନ୍ତ କାମନା?

ପତ୍ନୀଟି ଲଟେଇ ପଡେ଼ ସର୍ବଦା

ଦେଖିଲେ ହିଁ ମୋତେ

ଯେମିତି ପୃଥିବୀର ସବୁଯାକ ସୁଖ ମୁଣ୍ଡରେ ଅଜାଡି଼ ପଡୁଛି

କିଛି ବୋଲି କିଛି ହଁ ଅଭାବ ନାହିଁ।

ସତରେ !

ମୋ ପତ୍ନୀ ପରି ଆଉ କିଏ ଅଛ ସଂସାରରେ

ଯାହାର ମନ ଓ ହୃଦୟ ନିର୍ମଳ

ପବିତ୍ର ଗୋଟେ ମନ୍ଦିର ଭଳି

ପ୍ରତିକ୍ଷଣ ଅଭିମାନ ଶୂନ୍ଯ

ଗୋଟେ ପାହାଡ଼ ପରି ଅଚଳ ମହାମେରୁ

ଗୋଟେ ମୃଗୁଣୀ ପରି କନକନ ଛନଛନ।

ହେ ମୋର କାବ୍ଯକ ନାୟିକା

ଘେନ ଧନ୍ଯବାଦ

ଶତଶତ ହୃଦୟରୁ ପ୍ରଣତି

ତୁମର ଅଭିମାନ ବୋଲି କିଛି ହିଁ ନାହିଁ କି

ପାଇବାର ଅଦମ୍ଯ ଲାଳଶା?

ତୁମେ ତ କଳକଳ ଛଳଛଳ 

ସମୁଦ୍ରର ତରଙ୍ଗ ପରି

ଆଉ ଭସା ବାଦଲ ପରି 

ଧାଉଁଛ ସଂସାରର ଅନନ୍ତ ସୁଖ ପାଇଁ

ଦିଗବଳୟ ପରି ଦିଶୁଛ ସୌନ୍ଦର୍ଯ୍ଯ ମଣ୍ଡିତ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy