STORYMIRROR

Chittaranjan Nanda

Romance Tragedy Fantasy

3  

Chittaranjan Nanda

Romance Tragedy Fantasy

ବିଦାୟ ନେଲାଣି ହୋଲି

ବିଦାୟ ନେଲାଣି ହୋଲି

1 min
189


ହୃଦୟର ଆଶା ତ ଅସୁମାରୀ,

ବାନ୍ଧିଲି ମନ, କାମନା ଆଶାରେ 

ଭରସା କରି,


ଥିଲା ସେଦିନ ଫଗୁଣର ପର୍ବ ହୋଲି

ସର୍ବାଙ୍ଗରେ ପ୍ରୀତିମୟ ରଙ୍ଗ ଦେଲ 

ବୋଳି,


ରଙ୍ଗ ଉଚ୍ଛୁଳୁ ଥିଲା ରସ କଲ୍ଲୋଳେ, 

ମୋ ମନ ଛୁଇଁଲା ସପନ ଭୋଳେ, 


ବିଦାୟ ନେଲାଣି ହୋଲି,

ଫଗୁର ଫରୁଆ ପଡିଛି ଖାଲି,


ରଙ୍ଗ ବୋଳିଥିଲ ମୋ ଦେହରେ,

ଛାଡିଛି ଅବିର, ନାହିଁ ମନ ତୁମ 

ପାଖରେ,


ଭିଜାଇଲ ମୋ ତନୁକୁ , 

ପାରିଲନି ଲିଭାଇ ହୃଦୟ ଜ୍ୱାଳାକୁ,


ଶବ୍ଦରେ ଟେକିଲେ ଗୁଣ ରୂପର,

ଆଶା ରଚିଲେ ମରୀଚିକାର,


ମାଗି ତ ନଥିଲି କେବେ କିଛି ତ,

ଅବିଶ୍ବାସେ ପଡିଛି ଆହତ ସୈନିକ 

ପରି ତ,


ସମ୍ପର୍କର ଅର୍ଥ କଣ ନଜାଣି କରି,

ବିଶ୍ବାସ, ଶରଧା ନାହିଁ ତ ତୁମରି,


ସମ୍ପର୍କକୁ ନକରି ଅନୁଭବ,

ଜୀବନର ଯୁଦ୍ଧରେ ଯବନିକା ନିଶ୍ଚିତ 

ଆଣିବ,


ଆତ୍ମୀୟତା ଯଦି ନାହିଁ ମନରେ,

ଘର ତୋଳିବା ନୁହେଁ କି ବାଲିରେ,  


ପାରିଲନି ବୁଝି ମୋ ମନର କଥା,

ଭାଷା ନାହିଁ କିପରି ପ୍ରକାଶିବି ବ୍ୟଥା,


ପ୍ରାଣର ମୂର୍ଚ୍ଛନା ଫଗୁ ବାସ୍ନା 

ଅଛି ଅନ୍ତରେ,

ସେ ସ୍ୱରରେ ଜର୍ଜ୍ଜରିତ କହିବାକୁ 

ଭାଷା ନାହିଁ ମୁହଁରେ..?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance