ପ୍ରିୟା
ପ୍ରିୟା
ଊଣା କରେ ମନ
ପୁନେଁଇ ର ଜହ୍ନ
ଅଛି ବୋଲି ତିଥି କ୍ଷୟ ,
ପାହାନ୍ତି ଆକାଶେ
କୁଆଁତାରା ତୁମେ
ନାହିଁ ଗ୍ରହଣର ଭୟ ।
କଳଙ୍କର କଳା
ତା ଦେହରେ ବୋଳା
ଦାଉ ଦାଉ ଦିଶୁ ଥାଇ ,
ସେଇ କଳା ଚିହ୍ନ
ଗୋରା ଗାଲେ ତୁମ
ଭାଉ ମାରେ ଜାଇ ହେଇ ।
ଆସେ ଯେବେ ଝଡ଼
ମେଘର ପାହାଡ଼
ଓଗାଳେ ଜହ୍ନର ଗତି ,
ଜହ୍ନ ଲୁହ ଢାଳେ
ବରଷା ସାଥିରେ
ତୁମକୁ ହସାଏ ପ୍ରୀତି ।
ତୁମେ ମଧୁମାସେ ମଧୁ ରାତି
କୁହ, ତୁମକୁ ଛୁଇଁବି ମୁଁ କେମିତି ?

