STORYMIRROR

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା

ପ୍ରିୟା

1 min
226


ଊଣା କରେ ମନ

ପୁନେଁଇ ର ଜହ୍ନ

ଅଛି ବୋଲି ତିଥି କ୍ଷୟ ,

ପାହାନ୍ତି ଆକାଶେ

କୁଆଁତାରା ତୁମେ

ନାହିଁ ଗ୍ରହଣର ଭୟ ।


କଳଙ୍କର କଳା

ତା ଦେହରେ ବୋଳା

ଦାଉ ଦାଉ ଦିଶୁ ଥାଇ ,

ସେଇ କଳା ଚିହ୍ନ

ଗୋରା ଗାଲେ ତୁମ

ଭାଉ ମାରେ ଜାଇ ହେଇ ।


ଆସେ ଯେବେ ଝଡ଼

ମେଘର ପାହାଡ଼

ଓଗାଳେ ଜହ୍ନର ଗତି ,

ଜହ୍ନ ଲୁହ ଢାଳେ

ବରଷା ସାଥିରେ

ତୁମକୁ ହସାଏ ପ୍ରୀତି ।


ତୁମେ ମଧୁମାସେ ମଧୁ ରାତି

କୁହ, ତୁମକୁ ଛୁଇଁବି ମୁଁ କେମିତି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance