STORYMIRROR

padmaja pati

Children

4  

padmaja pati

Children

ଗଛ

ଗଛ

1 min
278

ସବୁଜିମା ଭରେ ପ୍ରତି ଅଗଣାରେ 
ଆଶା ଓ ଆନନ୍ଦ ଆଣି 
ଫୁଲ, ଫଳେ ଯେବେ ଭରିଯାଏ ସିଏ 
କିଏ ବା ପାରିବ ଗଣି l
 ଯୋଗାଏ ଆମକୁ ଖାଦ୍ୟ ,ବସ୍ତ୍ର ସେହି 
ଲାଗେ ଘର ତିଆରିରେ 
ପଶୁପକ୍ଷୀ ବାନ୍ଧି ବସା ତା ' ଡାଳରେ 
ରହନ୍ତି ମନ ଖୁସିରେ l
ଅଙ୍ଗାରକାମ୍ଳକୁ ଶୋଷି ନେଇ ସେହି 
ଦେଇଥାଏ ଅମ୍ଳଜାନ 
ରକ୍ଷା କରିବାକୁ ସାରା ସଂସାରକୁ 
ସେ ଶଙ୍କର ଭଗବାନ l
 ଅନାବୃଷ୍ଟି, ବନ୍ୟା, ବାତ୍ୟା  ବିପର୍ଯ୍ୟୟ 
କମିଛି ତା ' ଲାଗି ପରା 
କାଟି ଦେଇ ତାକୁ ଅଜ୍ଞାନ ମଣିଷ 
ପାଏ କେତେ ଝାଞ୍ଜି ଖରା l
ଆଉ ସବୁ ପଛ, ଲଗାଇବା ଗଛ 
ନେବାରେ ଶପଥ ଆମେ 
ଚମକିବ ଧରା ହେବ ଉଲ୍ଲସିତ 
ଆମରି ମହତ କାମେ l
ବିଶ୍ୱ ତାପନ ସମସ୍ୟା  ବି ହଟିବ 
ବଢିଲେ ଗଛ ଅଧିକ 
ଝୁଣା, ମହୁ, ଲାଖ ନ ହେବ ଅଭାବ 
ପାଇବ କାମ ଶ୍ରମିକ l


Rate this content
Log in

Similar oriya poem from Children