STORYMIRROR

RUNALAILA MOHANTA

Abstract Others Children

3  

RUNALAILA MOHANTA

Abstract Others Children

ଭାବନା ରାଇଜେ ହଜି କିଛି ପାଇଗଲି

ଭାବନା ରାଇଜେ ହଜି କିଛି ପାଇଗଲି

3 mins
145


ଧିର ମନେ ବସିଥିଲି ମୁଁ ଦିନେ

         ଏଇ ମୋ ପୃଥିବୀ ମାଆ ର କୋଳେ

ଆକାଶକୁ ଦେଖି ଏ ମନ ହଜିଲା 

          ଟିକିଟିକି ତାରକା ମେଳେ..


            ଆକାଶରେ ତାରା ସବୁ ଦେଖି ଲାଗେ,ସତେ ଯେମିତି ପରୀ ରାଇଜର ବଗିଚାରେ ଫୁଟି ଅଛି ଦିବ୍ୟ ଫୁଲ ଗୁଡାଏ | ମିଞ୍ଜିମିଞ୍ଜି ଜଳି କଥାରେ କଥାରେ ଯେମିତି କହି ଯାଉଛି;ଆଲୋକ ଛୋଟ ହେଉ ବା ବଡ଼,ଦୂରରେ ଥାଉ ବା ପାଖରେ ସମସ୍ତଙ୍କୁ ରାସ୍ତା ଦେଖାଉ ଥାଉ। ଆଉ ଛତ୍ରଛାୟା ପ୍ରଦାନକାରୀ ଆକାଶ ସଦୃଶ ବିଶାଳ ହୃଦୟ ହେଉ ସଭିଙ୍କର । ସେ ଯେମିତି ତା ଦେହରେ କୋଟି କୋଟି ତାରକା କୁ ସ୍ଥାନ ଦେଇଛି, ସେମିତି ଆମେ ସମସ୍ତେ ମଧ୍ୟ ଆମୋ ହୃଦୟ କୁ ବିଶାଳ କରି ଏ ଜଗତରେ ରହୁଥିବା ସମସ୍ତ ଜାତି ର ମଣିଷ, ଉଦ୍ଭିଦ ଓ ପ୍ରାଣୀ କୁ ସ୍ନେହର ସହିତ ଆମ ହୃଦୟରେ ସ୍ଥାନ ଦେବା ଓ ସମସ୍ତଙ୍କୁ ଭଲ ପାଇବା।


ସବୁଜିମା ଭରା ଏଇ ମୋ ଗାଁ ବାଟେ 

           ଏକା ଏକା ଚାଲୁଥିଲି ମୁଁ ଦିନେ

ସର୍ବଗୁଣ କାରୀ ଏ ବୃକ୍ଷ କିଛି କହିଲା

            ଶୁଣି ଅଟକି ଗଲି ମୁଁ କ୍ଷଣେ........


               ଏ ସବୁଜ ମହୀମଣ୍ଡଳେ ଛୋଟବଡ ବୃକ୍ଷଲତା କେତେ ସତେ ଯେମିତି ପବନରେ ନୁହେଁ, ସେ ତା ନିଜ ଖୁସିରେ ଡାଳପତ୍ର ହଲାଇ ମୋତେ କହିବାକୁ ଚାହୁଁଛି;ଆସ ବନ୍ଧୁ ମୁଁ ଏକା ତୁମ ନିଜର, ଯିଏ ବିନା ସ୍ବାର୍ଥ ରେ ସମସ୍ତଙ୍କ ପାଇଁ ଦେଇ ଚାଲିଛି ତ୍ୟାଗ ତାର। ନିଃସ୍ୱାର୍ଥକାରୀ ହୋଇ ପରୋପକାର କରିବା ପାଇଁ ଶିକ୍ଷା ଦେଉଛି ଏ ଉଦ୍ଭିଦ ଜଗତ। ବୃକ୍ଷ ପରି ନିଜକୁ ତୋଳିଲେ ରାମ ରାଜ୍ୟ ଗଠନ ହେବ ଆମୋ ସଭିଙ୍କ ହାତ ରେ ।


ଏଇ ମାଟି ମାଆ ମୋର

        ମାତୃ ଶକ୍ତି ର ଜୀବନ୍ତ ପ୍ରତୀକ

ଚାଲୁ ଚାଲୁ ଛାତିରେ ତାର

        ବୁଝିଗଲି ଆଜି ତା ମହତ୍ତ୍ଵ


          ଅମୃତଧାରିଣୀ ଏ ପବିତ୍ର ଧରା ସତେ ଯେମିତି ତା ସୁଗନ୍ଧର ଛଳେଛଳେ ମୋତେ ଆଜି କହି ଯାଉଛି,ଧୈର୍ଯ୍ୟ କେବେ ହାର ନାହିଁ; ଦେଖିବ ଜୀବନରେ ଯେତେ ଦୁଃଖ ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ତାହା ଆନନ୍ଦ ରେ ଭରିଯିବ, ଯେମିତି ମୁଁ ଏତେ ଯନ୍ତ୍ରଣା ପାଇ ମଧ୍ୟ ସ୍ନେହମୟୀ ମାଆ ହୋଇ ସମସ୍ତଙ୍କୁ ମୋ ଛାତିରେ ଖେଳାଇ ଖୁଆଇ ରହିବାକୁ ସ୍ଥାନ ଦେଇ ସଭିଙ୍କ ଖୁସିରେ ଖୁସି ହୋଇ ନ ଡ଼ରି ନ ହାରି ସମୟର ତାଳେ ତାଳେ ଆତ୍ମସମ୍ମାନେ ରହିଆସିଛି । ଧୈର୍ଯ୍ୟବାନ ହୋଇ ଜୀବନର ସମସ୍ତ ପରିସ୍ଥିତି କୁ ସମ୍ମୁଖୀନ କରି ଶିଖିବା।


ଘରକୁ ଫେରିଲି ଯେଉଁ ଦିନ

         ଟାଣଖରା ହୋଇଲା ସେଇ ଦିନ

ମନ ହେଲା ବ୍ୟାକୁଳ ଦେହ ହେଲା ନିସ୍ତେଜ

         ପାଣି ପିଇ ହୋଇଲି ମୁଁ ଶୀତଳ

ଶାନ୍ତି ରେ ଭରିଗଲା ଏ ମନ

       ଜଳ ବିନ୍ଦୁ ଠାରୁ ପାଇଲି ଶିକ୍ଷା ସେ ଦିନ


            ତୃଷ୍ଣା ଯେବେ ଆସେ ଏତେ, ଅମୃତ ସାଜି ନୀର ଭରିଦିଏ ପ୍ରାଣ ସତେ। ଆଉ କହି ଦେଇ ଯାଏ ମୋତେ; ଦୂରରୁ ସୁନ୍ଦର ଦିଶୁଥିବା ଛଳନାର ପ୍ରତିମା ମରୀଚିକା ନୁହେଁ , ତୃଷ୍ଣା ମେଣ୍ଟାଇ ସଭିଙ୍କ ମନ ସନ୍ତୁଷ୍ଟ କରିପାରୁଥିବା ଅମୃତ ସମ ଜଳ ସେ। ତେଣୁ କଥାରେ ଅଛି ଜଳ ହିଁ ଜୀବନ। ପ୍ରାଣୀ ହେଉ ବା ଉଦ୍ଭିଦ,ଜଳ ହିଁ ଜୀବନର ଏକ ସ୍ଵଚ୍ଛ ମାଧ୍ୟମ। ଜଳ ପରି ନିର୍ମଳ ,ନିଷ୍ପାପ ,ପବିତ୍ର ;ମନ ଓ ରଙ୍ଗ ହେଉ ସଭିଙ୍କର। ମରୀଚିକା ପଛରେ ନ ଧାଇଁ ସ୍ୱଚ୍ଛ ପଥରେ ଆଗେଇ ଚାଲୁ ଏ ଜଗତ।


ଝୁଲୁଥିଲି ଦୋଳି ଦିନେ 

         ପବନ ସୁଅ ର ତାଳେ ତାଳେ

ପଚାରିଲା ଶୀତଳ ଛୁଆଁ ତାର

         ଜାଣିଛୁ କି ତୁ ମୋତେ ?

ବସିଗଲି ମୁଁ ମଉନେ


          ଚାଲୁ ଚାଲୁ ନିଃଶ୍ୱାସ ମୋର ବୁଝେଇ ଦେଲା ମହତ୍ତ୍ଵ ତାର। ପ୍ରାଣବାୟୁ ନାମରେ ଖାଲି ହିଁ ନୁହେଁ ସେ ଖ୍ୟାତ, ଜନମରୁ ମରଣ ଯାଏ ସାଥେ ଥାଏ ସଭିଙ୍କର । ପୁଣି ଗ୍ରୀଷ୍ମ ର ପ୍ରଚଣ୍ଡ ତାତି ରେ ଶୀତଳ ଛୁଆଁ ଦେଇ ଶାନ୍ତି ଓ ତୃପ୍ତି ଭରି ଦିଏ ପ୍ରତି ଜୀବ ମନେ । ଦିଶେ ନାହିଁ ଆଖିକୁ ହେଲେ ଅନୁଭବ ହୁଏ ତା ଅସ୍ତିତ୍ୱର । କହିଦେଇ ଯାଏ ମୋତେ ଛୁଆଁ ତାର; ସାମ୍ନାରେ ଥାଅ ବା ଲୁଚି ଥାଅ, ଆଗରେ ଥାଅ ବା ପଛରେ, କରି ଯାଅ ମଙ୍ଗଳ ସଭିଙ୍କର । ଦେଖିବ ସମସ୍ତଙ୍କ ମନର ସୁତୁଣ୍ଡ ରେ ତୋମୋ ପାଇଁ ଶୁଭକାମନା ଜାଗି ଉଠିବ ମଙ୍ଗଳମୟ ହେବ ଜୀବନ , ଅଦୃଶ୍ୟ ହୋଇ ରହିଲେ ମଧ୍ୟ ଛୁଇଁ ଯିବ ସଭିଙ୍କ ମନ ।



Rate this content
Log in

Similar oriya poem from Abstract