STORYMIRROR

Dr.Soumya Ranjan Khatua

Classics Inspirational Children

3  

Dr.Soumya Ranjan Khatua

Classics Inspirational Children

ମନେ ପଡ ଯେବେ ତୁମେ ଓ ସେ ଦିନର କଥା

ମନେ ପଡ ଯେବେ ତୁମେ ଓ ସେ ଦିନର କଥା

3 mins
293

ମନେ ପଡେ ଯେବେ ତୁମେ ଓ ସେ ଦିନର କଥା

ମୋ ବାପା ଜୀବନ ଦାତା

ମନେ ପଡେ ଆଜି ସେ ଦିନର କଥା ମୋ ଦୁଃଖର ଗୀତି ,

ସେଦିନର ମତେ ତମେ ଯେ ଗଲ ଛାଡି ,

ଏ ବିଶ୍ୱ ରେ ଏକୁଟିଆ ବେସାହାରା ପିତୃ ଛେଉଣ୍ଡ କରେଇ,

ମାର୍ଚ୍ଚ ର ସେ ଚାରି ତାରିଖ ଏକାଦଶୀ ଆଣିଥିଲା

ଯେ ମୋ ପାଇଁ କଅଣ ତାପାରୁନି ମୁଁ ଜାଣି ,

ଜୀବନସାରାର ଅମୃତ ବୋଳାଖୁସିକୁ

କରାଳ ରଜନୀ ନେବ ଏମିତି ବୋଲି ଛଡେଇ ।

ଦଶବର୍ଷ ଡେରିରେ ହେଲି ବୋଲି ମୁଁ ଯେବେ ଜନମ,

ହେଇଥିଲ ବେଶି ଖୁସି ନବେ ମସିହା ଜୁଲାଇ ଚବିଶ ର ସେ ଦିନ,

ବଡ଼ ପୁଅ ବୋଲି ହେଲି ଅତି ଯତନ,

ସବୁ ଇଚ୍ଛା କର ମୋର ପୁରଣ ।

ମନେ ପଡେ ସେଦିନ ଯେବେ ମୁ ଯାଏ ସାଇକେଲରେ ସ୍କୁଲକୁ ତୁମର,

ହେଡ ସାରେ ଙ୍କ ପୁଅ ବୋଲି ସମସ୍ତେ କରନ୍ତି ଭାରି ଆଦର,

ମନେ ପଡେ ସେ ଅମ୍ବିକା ମାଡମ ଆଉ ସରସ୍ବତୀ ମାଡମ,

ହେଡ ସାରଙ୍କ ପୁଅ ବୋଲି ନିଜ ଜଳଖିଆ ରୁ ଦିଅନ୍ତି ପ୍ରତିଦିନ ।

ଛୋଟ ଥିଲି ବୋଲି ମୁ ସେତେବେଳେ,

ସ୍କୁଲର ଦୁଇ ସେ ଝିଅ ଙ୍କୁ କହିଲ ଲକ୍ଷ୍ୟରଖିବୁ ଆଉ ପାଖେ

ବସେଇବୁ ଲିଟୁକୁ ସ୍କୁଲ ରେ ସବୁବେଳେ,

ହେଡସାରଙ୍କ ପୁଅ ବୋଲି ଭାରି ଅହଂ ମୋର ସେବେଳେ,

କେଉଁପିଲା କଳି କଲେ ମୁ ତାକୁ ଡର।ଏ ବାବାଙ୍କୁ କହି ସ୍କୁଲରୁ କାଢିଦେବି କାଳେ ।

ମନେ ପଡିଲେ ସେ ପିଲାଦିନ,

ହସ ଲାଗେ ଭାବିଲେ ମୋ ମନର ସେ ଚିନ୍ତା ଚିନ୍ତନ ,

ଡର ଲାଗେ ତମର ସେ ସବୁଠୁ ବେଶି ମାଡ଼ଖାଇବାର ଦିନ,

ପିଲାଙ୍କ ସହ ଯାଇଥିଲି ସ୍କୁଲ ପଛ ଜଙ୍ଗଲ ସେ ଅତିଗହନ ।

ଏ ଭଳି ତମ ସ୍ନେହ ମୋ ଉପରେ ଯେ,

ପ୍ରତି ଦିନ କୋଳରେ ଶୋଇଥାଏ ସକାଳେ,

ଏବେ ଯାଏ ବି ଶୋଉଥିଲି ତୁମରି କୋଳେ,

ଭାରି ଖୁସି ଲାଗେ ଦଉଥିଲ ଗାଧୋଇ ଯେବେ ମୁ ହେଇଥିଲି ତେଇଶି ବରଷେ।

ଭାରି ଖୁସି ହେଲ ଯେବେ ସାରିଲି ମାଟ୍ରିକ,

ପୁଣି ପଢିଥିଲି ରେଭେନ୍ସା କଲେଜର 3 ନମ୍ବର ଯୁକ୍ତ ଦୁଇ ବିଜ୍ଞାନ ସିଟ,

ଡରିଥିଲି ରାଗିଙ୍ଗ କୁ ବୋଲି ରହିବାକୁ ରେଭେନ୍ସାର ନିଉ ହଷ୍ଟେଲରେ,

କହିଲ ଡରନି ମମି ତୋତେ ଜଗିକି ରଖିବ ବାହାରେ ।

ବଡ ଆଶା ଥିଲା ଯେ ପୁଅ ମୋ ରେଭେନ୍ସାରେ ପଢିଲା,

ଭାବି ଥିଲ ବୋଧେ ବେଷ୍ଟ 20 ଭିତରେ ମୋ ପୁଅ ରହିଲା,

ହେଲେ ମୁ ତ ମୂର୍ଖ ଆଶା ତୁମ ପୂରଣ ମୋ ଦେଇ ନହେଲା,

ମନେ କଷ୍ଟ ଥାଇ ବି ମତେ ପଦେ ରାଗି କହିବା ମୋ କାନ ଶୁଣି ନଥିଲା।

ଭାରି ଆଶା କରିଥିଲ ପୁଅ ମୋ ହେବ ଡାକ୍ତର,

ଟିକେ ଦୁଃଖ କଲନି MBBS ନହେଲା ମୋର ,

କହିଲ କଣ ହେଲା ନହେଲା ଏକା ଥରେ ପାଇଛୁ BVSC ଆଉ AIPVT ଏଣ୍ଟ୍ରାନ୍ସ ତୁ ମୋର,

କିଛି ନହେଲେ ହେବୁ ତୁ ମୋର ସାଢେ ପାଞ୍ଚ ବର୍ଷ ପରେ ଗେଜେଟେଡ଼ ଅଫିସର।

ଦେଖୁଦେଖୁ ଚାଲି ଗଲା ସେ ପାଞ୍ଚ ବରଷ,

ହେଇ ଥାଏ ନୂଆ ନୂଆ ଜୁନିୟର ଡାକ୍ତର ହାଉସ ଅନ ସରଜନ,

ଅତି ଖୁସି କୁ ମୋ ଲଗାଇ ଗ୍ରହଣ,

ଆସିଗଲା ପଞ୍ଚୁଦୋଳର ସାତରଙ୍ଗ କରିବାକୁ ଆମକୁ ବେରଙ୍ଗୀନ।

ସବୁ ରଙ୍ଗ ମୋର ହଜି ଗଲା ଏକାଦଶୀ ରାତିରେ,

ହସ୍ପିଟାଲର ର ସେଦିନ ର ସେ ଶେଜରେ,

ଜର ଦେହରେ ଟାଣି ନେଇଥିଲ ତୁମେ କୋଳକୁ,

କିଛି ମାତ୍ର ନିମିଷକେ ଚାଲିଗଲ ଭସାଇ ଆମକୁ ।

କିଛି ଜାଣି ନାହିଁ ସେବେଳେ କେମିତି ଘଟିଲା,

ଇଏ କଣ ଆଉ କେମିତି ହୋଇଲା ଭାବି ଅନ୍ଧାର ଲାଗିଲା,

ବହୁତ କାନ୍ଦିଛି ସେ ଦିନର ଶ୍ମଶାନ ଘାଟରେ କେମିତି ମୋ ବାବା ମୁହେଁ ନିଆଁ ମୋ ହାତେ ପୁଣି ଲାଗିଲା,

ଅନେକ ଖୋଜିଛି ସ୍ବପ୍ନ ଦେଖିଚି ତଥାପି କୋଉ ବାସ୍ତବେ ମିଳିଲା !

ଆଜି ବିତିଗଲାଣି ସାତ ବରଷ ଦେଖୁ ଦେଖୁ ,

ତମ ଇଛା ପୁରଣ କେତେ କରିଛି ବୋଲି ଖୁସି ଲାଗେ ଭାବୁ ଭାବୁ,

କାନ୍ଦିକି କେତେ ଯେ ସମୟ ପୋଇଛି ତମେ ଦେଖିଲନି ବୋଲି ଏ ସବୁ ,

ଖୁସିଲାଗେ ଯେବେ ଲୋକ ଆମ ଖଟୁଆ ସାରଙ୍କ ପୁଅ ଇଏ ଇତି ଶୁଣୁ ।

ମୁ ଆଜି ଯାହା ତୁମ ପାଇଁ ଖାଲି ତୁମ ପାଇଁ,

ତୁମର ସେ କଷ୍ଟ ବଳିଦାନ ର ସ୍ୱରୂପ ପାଇଁ,

ତୁମସେ ଗୋଟେ କଥା "ମୋ ପୁଅ" "ମୋ ପୁଅ"ବୋଧେ ସେଇଥି ପାଇଁ,

ମୁ ଜାଣେ ବାପା ଜଣେ ପୁରୁଷ ଦୁନିଆରେ ଯିଏ ଚାହେଁ ତା ଠୁ ତା ପୁଅ ପାଉ ବେଶି ଉନ୍ନତି ।

ତଥାପି ଗୋଟେ ନୁହେଁ ଅନେକ ଅଛି ଅଭିମାନ ଆଉ ରାଗ ବି ,

ଯଦି ଅଧବାଟେ ଛାଡିଲ ଏତେ ଭଲ ପାଇଲ ଆମକୁ କାହିଁକି,

ସବୁଠିଥିଲ ଆଗରେ ଦୁଃଖ ନଜଣେଇବାକୁ କହିବ କି କାହିଁକି ?,

କେମିତି ପାଶୋରିବି ସେ ସ୍ନେହ ଶ୍ରଦ୍ଧାକୁ ଟିକେ ସ୍ବପ୍ନରେ କହିବକି ?

ବହୁତ ଦେଖିଚି ଠାକୁର ହେଲେ ତୁମେ ମୋ ପ୍ରଭୁ,

ଯିଏ ଦେଇଛନ୍ତି କେବଳ ଆର୍ଶୀବାଦ ଦେହେ ବୋଳି ଅଭିଶାପ ସବୁ,

ଏତିକି ପ୍ରାର୍ଥନା ମିଳୁ ମତେ ଏମିତି ବାପା ଜନ୍ମ ସବୁ,

ହେଲେ ଦିଅ ନାହିଁ ଏମିତି ବିରହ କଷ୍ଟ ଆଉ କାହାକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics