STORYMIRROR

KRUTIBAS NAYAK

Children

3  

KRUTIBAS NAYAK

Children

ଶିଶୁମାନଙ୍କ ପାଇଁ ପଦେ

ଶିଶୁମାନଙ୍କ ପାଇଁ ପଦେ

1 min
156

କେମିତି ସହିବି କୁହ,

କେତେଦିନ ଯାଏ ଏ ଦେଶର ଶିଶୁ-

ଆଖିରେ ରହିବ ଲୁହ | (1)


କାହାକୁ କହିବି ଯାଇ,

ବାପା-ମାଆ ଯଦି ଶାସନ କରନ୍ତି-

ଛୁଆଟିକୁ ମାଡ଼ ଦେଇ | (2)


କଅଣ କରିବି କୁହ,

ଶିଶୁଟିଏ ଯଦି ଦେଖାଇବ ଆସି-

ମାଡ଼ ଖାଇଥିବା ଦେହ | (3)


କେଉଁଠି ଖୋଜିବି ଯାଇ,

ସଜଫୁଲ ପରି ହସୁଥିବା ମୁହଁ-

ଥିବ ସେ କଣେଇଁ ଚାହିଁ | (4)


କେବେଠୁଁ ହଟିବ ଦୁଃଖ,

ଖାଲି ପାଠପଢା ଯାତନା ଯେତେକ-

ମିଳିବ ଖେଳର ସୁଖ | (5)


କିଏ ସେ ଶୁଣିବ କଥା,

ମନକଥା ବୁଝି ଶିଶୁମାନଙ୍କରେ-

ଦୂର କରିଦେବ ବ୍ୟଥା | (6)


କାହାର କଥାଟି ଶୁଣି,

ଶିଶୁ ହସିଦେବ ମୁରୁକି ମୁରୁକି-

ଦୁନିଆ ମନକୁ କିଣି | (7)


କେତେଦିନ ଚାହିଁଥିବା,

ଶିଶୁର କଅଁଳ ଓଠରେ ସତରେ-

ହସଫୁଲ ଫୁଟାଇବା | (8)


କେମିତି ବିତିବ ରାତି,

ରାହାଛାଡ଼ି ଯଦି ଶିଶୁ କାନ୍ଦୁଥିବ-

ଫାଟିଯାଉଥିବ ଛାତି | (9)


କେମିତି ହସିବି ମୁହିଁ,

ଶୋଇ ପଡ଼ିଥିଲେ ଦେବଶିଶୁଟିଏ -

ଗାଳିରେ ଆହତ ହୋଇ | (10)


କେମିତି ଖାଇବି ଭାତ,

ଶିଶୁଟିଏ ଯଦି ନଖାଇ ଶୋଇଛି-

ପାଟିରେ ପୂରାଇ ହାତ | (11)


କାହିଁକି ଏମିତି ହୁଏ,

ଶିଶୁଙ୍କର ଦୁଃଖ ହରିବ କେମିତି-

ଉତ୍ତର ଦେବ ବା କିଏ ?(12)


କିଏ ସେ ଆସୁଛ ଆସ,

ମାଡ଼-ଗାଳି ବିନା ଖେଳ ଶିଖାଇବା-

ଶିଶୁମୁଖେ ଦେଇହସ | (13)


କାହାର ହୋଇବେ ଶିଶୁ,

ଯାହାମନେ ଅଛି ଈଶ୍ଵରଙ୍କ ପ୍ରେମ-

ତାଙ୍କରି କୋଳରେ ବସୁ | (14)



Rate this content
Log in

Similar oriya poem from Children