STORYMIRROR

Kanduri Charan Rout

Children

3  

Kanduri Charan Rout

Children

ବାପା ବଦଳିଲେ ଝିଅ କଥାରେ

ବାପା ବଦଳିଲେ ଝିଅ କଥାରେ

1 min
199



ମୋବାଇଲ ଧରି ଝିଅ ହସିକରି

କହୁଅଛି ଆସି ମାଆକୁ

ବାପା ପକେଟରୁ ଆଣିଛି ମୁଁ ଧୀରେ

କହିବୁନି ଜମା ତାହାଙ୍କୁ ।


ଏଇ ଫୋନଟାକୁ ଦିନରାତି ଧରି

ବାପା ମୋର ଖାଲି ବସୁଚି

କ'ଣ କ'ଣ ଲେଖି ଫଟ ଦେଖିଦେଖି

ମନେମନେ ଖାଲି ହସୁଚି ।


ତୋ ସହିତ ବସି ଖୁସି ଗପ ପାଇଁ

ବେଳ ନାଇ ପରା ବାପାର

ମୋତେ ଟିକେ ଧରି ଗେଲ କରିବାକୁ

ସମୟ ହଉନି ତାଙ୍କର ।


ଆମ ଦୁଃଖ କଥା କଲମ ମୁନରେ

ଆଜିଠାରୁ ଆମେ ଲେଖିବା

ମିଛେ ଶୋଇପଡ ଚୁପଚାପ୍ ହେଇ

ବାପା ଆସୁ ଆଜି ଦେଖିବା ।


ସେ

ତିକି ବେଳକୁ ମନ ଦୁଃଖେ ବାପା

ନିରବରେ ଆସି ବସିଲେ

ମାଆ ଝିଅ ଦୁହେଁ ଠରାଠରି ହେଇ

ମୁରୁକିମୁରୁକି ହସିଲେ ।


ଗେଲେଇ ହେଇକି ପଚାରୁଚି ଝିଅ

ମନ ଦୁଃଖ କିଆଁ କରିଚ

ଘର କଥା କିଛି ବୁଝୁନ ତ ତମେ

ମୋବାଇଲଟାକୁ ଧରିଚ ।


ନିର୍ଜୀବ ଫୋନଟା ଏତେ ଆପଣାର

ପର କରିଅଛ ଆମକୁ

ସେଇଦିନୁ ବାପା କାନକୁ ଧଇଲେ

ହସିହସି ଗଲେ କାମକୁ ।


ଜାଣି ନ ଥିଲେ ସେ ଏତେ ବୁଦ୍ଧି ଅଛି

ତାଙ୍କ ଝିଅ ଟିକି ମଥାରେ

ମୋବାଇଲ ନିଶା ଛାଡିଗଲା ତାଙ୍କ

ବଦଳିଲେ ଝିଅ କଥାରେ ।

    


Rate this content
Log in

Similar oriya poem from Children