ଜିଜ୍ଞାସା
ଜିଜ୍ଞାସା
ଜିଜ୍ଞାସା ହେଉଛି ଜ୍ଞାନ ପ୍ରାପ୍ତିପାଇଁ ସର୍ବଶ୍ରେଷ୍ଠ ସତ୍ୟମାର୍ଗ,
ଜିଜ୍ଞାସା ନଥିଲେ ଖାଇ ବଞ୍ଚିଥିଲେ ଜାଣିବା ଆମ ଦୁର୍ଭାଗ୍ୟ |
ଶିଶୁଠାରେ ଥାଏ ଅଧିକ ଜିଜ୍ଞାସା ସୁଯୋଗ ସୁବିଧା ଦେଲେ,
ମହାଜ୍ଞାନୀ ହୁଏ ପରିବେଶ ପରିସ୍ଥିତି ଅନୁକୂଳ ହେଲେ |
ଯେଉଁଲୋକ ଯେତେ ପଚାରି ବୁଝିବ ସେତେ ନୂଆକଥା ଜାଣି,
ଅଜ୍ଞାନ ହେଲେ ବି ଦୁନିଆକୁ ଚିହ୍ନି ସମସ୍ୟାକୁ ଯିବ ଜିଣି |
ସବୁବେଳେ ଆମ ଭାଗ୍ୟ ଆକାଶରେ ଉଇଁଥାଏ ତାରା ଜ୍ୟୋତି,
ସୁଖ-ସମ୍ପଦରେ ଦିଶେନାହିଁ ତାହା ଦିଶେ ହେଲେ ଦୁଃଖରାତି |
ମନରେ ବିଷାଦ ରହିଥିବ ଯଦି ସୁଖ ଆସି ଫେରିଯାଏ,
ଆନନ୍ଦ ମିଳେନା ସୁଖ ଖୋଜୁଥିଲେ ଅପ୍ରାପ୍ତି ହୋଇ ସେ ରହେ |
କିଛି ଦେଇଯିବା କିଛି ଛାଡ଼ିଯିବା କିଛି ପାରିବାନି ନେଇ,
ଯେତେ ଗୋଟେଇବା ଧନ-ଜନ-ମାନ ସବୁ ଯିବ ଶୂନ୍ୟହୋଇ |
