STORYMIRROR

Shreeman Anshuman Priyadarshee

Abstract Classics Children

4.0  

Shreeman Anshuman Priyadarshee

Abstract Classics Children

ବର୍ଷା ରାଣୀ

ବର୍ଷା ରାଣୀ

1 min
207

ଗଗନ ରାଇଜେ ମେଘମାଳା ଏବେ 

ରାଜୁତି ନିଜର କରୁଛି,

କାନନେ ମୟୂରୀ ମେଘକୁ ଦେଖିକି

ଆନନ୍ଦରେ ନାଚ କରୁଛି।।


ବରଷା ରାଣୀ ମୋ ସଙ୍ଗୀତ ଗାଉଛି

କରି ମେଘ ଘଡ଼ ଘଡ଼,

ବେଙ୍ଗ ଓ ବେଙ୍ଗୁଲି ପ୍ରେମରେ ଝୁଲନ୍ତି

ପୋଖରୀ ତୁଠରେ ଭିଡ଼ ।।


ଅସହ୍ୟ ତାତିରୁ ମିଳିଲା ନିସ୍ତାର

ତ୍ରାହି ତ୍ରାହି କଲେ ଜନ,

ବରଷା ଯେମିତି ମାଟି ସ୍ପର୍ଶ କଲା 

ଖୁସି ହେଲା ଚାଷୀ ମନ ।।


ପ୍ରକୃତି ରାଣୀ ମୋ ସବୁଜ ପାଟରେ

ଭାରି ମନଲୋଭା ଦିଶୁଛି,

ନାନା ରଙ୍ଗ ଫୁଲ ଫଳ ଆଦିରେ

ଧରଣୀ ସଜେଇ ହେଉଛି ।।


ନାଲି ଶାଢ଼ୀ ପିନ୍ଧି ସାଧବାଣୀ ବହୁ

ଘାସ ଗାଲିଚାରେ ବୁଲୁଛି,

ଝୁପୁରୁ ଝୁପୁରୁ ବରଷା ସାଙ୍ଗକୁ

ଚାଆ ପକୁଡ଼ିର ମଜା ଜମୁଛି ।। 


ଜଳଦ ମଧ୍ୟ ଚନ୍ଦ୍ର ତାରା ମିଶି

ଲୁଚକାଳି ଖେଳୁ ଅଛନ୍ତି,

ବୁନ୍ଦା ବୁନ୍ଦା ବାରି ଧାର ଆଜି

ସ୍ମୃତି ହୋଇ ଗଳୁ ଅଛନ୍ତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract