STORYMIRROR

Puja Pradhan

Children Stories Inspirational Others

3  

Puja Pradhan

Children Stories Inspirational Others

ବରଷା ଦିନର କଥା

ବରଷା ଦିନର କଥା

1 min
176

ଟୁପୁରୁ ଟୁପୁରୁ ବରଷା ପାଣିରେ

  ଭିଜୁଛନ୍ତି ଆଜି ପିଲାଏ ଯାଇ 

ଖେଳ ଛୁଟି ଘଣ୍ଟା ବାଜିବାରୁ

  ସ୍କୁଲ ଭିତରକୁ ଆସିଲେ ଧାଇଁ 

ହେଲା ତନାଘନା କିଏ ଭିଜୁ ଥିଲା

  ବର୍ଷା ପାଣିରେ ଯାଇ

 ସବୁଠୁ ସରସ ବେତଟିଏ ଆଣ

   ପିଲାଏ ସେମାନଙ୍କ ପାଇଁ

  ବେତ,ନା ଶୁଣି ପିଲାଙ୍କ ମୁହଁରେ

   ହସଯେ ଉଭେଇ ଗଲା

  ମନ ଡରୁଥାଏ,ଦେହଥରୁ ଥାଏ

   ଆଖିରୁ ଛଳଛଳ ଲୁହ ବୋହିଲା

  ନେହୁରା ହୋଇଲେ ଗୁରୁଜୀ ଙ୍କ ପାଶେ

   ଏମିତିକା ଭୂଲ କରିବୁ ନାହିଁ

 ବରଷା ପାଣିକୁ ଯିବୁନାହିଁ କିଏ

   ଗୁରୁଜୀ ଆମକୁ ମାରନ୍ତୁ ନାହିଁ

  ପିଲାଙ୍କ କହିବା କଥା ଶୁଣି

    ଗୁରୁଜୀ ଙ୍କ ମନ ତରଳି ଗଲା

  ବରଷା ପାଣିକୁ ଆଉ କେବେ ଗଲେ

    ମାଡ଼ର ପ୍ରାହାର ଦୁଇଗୁଣ ହେଲା

   ଗୁରୁଜୀ ଙ୍କ ଏହି କଥା ଶୁଣି

     ପିଲାଙ୍କ ମୁହଁରେ ହସ ଫୁଟିଲା

   ସ୍କୁଲବାହାରେ କଳାହାଣ୍ଡିଆ ମେଘ ସହିତ

      ବରଷା ପାଣିରେ ଚାରିଆଡ଼ ଭିଜିଲା ।


Rate this content
Log in