STORYMIRROR

Suresh chandra Padhy

Children

3  

Suresh chandra Padhy

Children

ବର୍ଷା ତୁମେ

ବର୍ଷା ତୁମେ

1 min
138


ବର୍ଷା ତୁମେ ଯେବେ ଆସ ମେଘ 

        ଆସେ ଅନ୍ଧକାର ହୁଏ

ବର୍ଷା ତୁମେ ଆସିଲେ ଧରଣୀ 

        ସବୁଜ ଓଢଣୀକୁ ଦିଏ

ବର୍ଷା ତୁମେ ଆସିଲେ ମେଦିନି

        ଚମକି ଉଠୁ ଥାଏ

ବିଜୁଳି ର ଆଲୋକ ରେ ଧରା

         ଆଲୋକିତ ହୁଏ

ବର୍ଷା ତୁମେ ଆସିଲେ ବୃକ୍ଷ ଲତା

        ଫୁଲ ଫଳେ ଭରି ଯାଏ

ବର୍ଷା ତୁମ ଆଗମନେ ସରିତା

        ଜଳ ରେ ପରି ପୁର୍ଣ ହୁଏ

ବର୍ଷା ତୁମ ପହିଲି ଦେଖାରେ

    ନିଦାଘ ମହିରୁ ଅପସରି ଯାଏ

ବର୍ଷା ତୁମ ପବିତ୍ର ଜଳ ଧାରା କୁ

    କାଉଡିଆ ନଦୀ ରୁ କାନ୍ଧେ ବୁହେ

ବର୍ଷା ତୁମେ ଆସ ଶ୍ରାବଣ ହୋଇ

     ପୃଥିବୀକୁ ଭରି ଦିଅ ଶସ୍ଯ ଦେଇ

ବର୍ଷା ତୁମ ପାଇଁ ମୟୂର ନାଚି ଯାଏ

    ତୁମେ ଆସ ବୋଲି ଜଗତ ଶାନ୍ତି ପାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children