STORYMIRROR

Arjuni charan Behera

Abstract Others Children

3  

Arjuni charan Behera

Abstract Others Children

ପରଜାପତିରେ ପରଜାପତି

ପରଜାପତିରେ ପରଜାପତି

1 min
125


ପରଜାପତିରେ ପରଜାପତି l

    ଚିତ୍ରିତ ଡେଣା ତୋ ସୁନ୍ଦର ଅତି ll

ମଧୁମୟ ତୋର ସୁନ୍ଦର ତନୁ l

    ମଧୁ ଶୋଷି ନେଉ ବୁଲି ସୁମନୁ ll

ଜାଇ ଜୁଇ ଚମ୍ପା କେତକୀ ମଲ୍ଲୀ l

     ଚୁମି ଚୁମି ଦିନ ସାରା ତୁ ବୁଲି ll

କ୍ଲାନ୍ତ ନହୁଏ କି ତୋହର ଡେଣା l

     ତୃପ୍ତ ନହୁଏ ତୋ ମଧୁ ଚାଖଣା ll

ଷଟପଦ ତୋର ଶୁଣ୍ଢଟି ସରୁ l

      ଚଟକେ ମଧୁର ଚଷକ ଧରୁ ll

ମଧୁପାୟୀ ତୁହି ଅମୃତ ପାଇ l

      ଘୁରି ବୁଲୁଥାଉ ନିଶବ୍ଦେ ତୁହି ll

ପ୍ରଜାପତି ଘଟସୂତ୍ର ବାରତା l

   ତୁହି ପରା ପ୍ରେମୀ ଭାଗ୍ୟବିଧାତା ll 

ପରଜାପତିରେ ପରଜାପତି l

     ଧରା ନଦେଉ ତୁ ତରକା ଅତି ll

ତୋ ବିନା ସୁନ୍ଦର କିବା ବଗିଚା l

    ରଙ୍ଗଫୁଲ ଅବା ଘାସ ଗାଲିଚା ll

ମାଡ଼ି ଆସିଲାଣି ବରଷା ଝଡ଼ି l

   ଉଡ଼ିଯା ସୁନ୍ଦର ଡେଣା ତୋ ଝାଡ଼ି ll

ପରଜା ପତିକୁ ନମାର ଭାଇ l

    ସୁନ୍ଦର ନିରୀହ ଜୀବଟେ ସେହି ll

ପରଜାପତିକୁ ଦର୍ଶନ କର l

      ପ୍ରଜାପତିଙ୍କର ଲୀଳା ସୁମର ll

        


Rate this content
Log in

Similar oriya poem from Abstract