STORYMIRROR

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ଜୀବନ ଏକ ରଫ ଖାତା

ଜୀବନ ଏକ ରଫ ଖାତା

1 min
200


ଜୀବନ ଟି ଏକ ରଫ ଖାତା ପରି

କେତେ ଭୁଲ ଠିକ ଲେଖା,.

କେତେ ଭୁଲର ସଂଶୋଧନ ହୋଇ 

ପୁନର୍ବାର ହୁଏ ଯୋଖା l

ରଫ ଖାତାରେ ସବୁ ପାଠ ଲେଖା

ହୋଇଥାଏ ଯେଉଁପରି,

ଜୀବନ ରେ ଆମ ପାଠ ଆଉ ଶାଠ

ଭୋଗ ହୁଏ ସେହିପରି l

ଜୀବନେ ରହିଛି ବାଲ୍ୟ ଚପଳତା

ପ୍ରେମର ମଧୁ ମୂର୍ଚ୍ଛନା,

 ବିରହ ମିଳନ ସୁଖ ଆଉ ଦୁଃଖ

ସବୁର ଏକ ଠିକଣା l

କେତେ ବନ୍ଧୁ ଜନ ଆତ୍ମୀୟ ସ୍ୱଜନ

ଜୀବନରେ ଆସିଥାନ୍ତି,

କେତେ ଅନୁଭବ ଆଉ ଅନୁଭୂତି

ଜୀବନରେ ହୁଏ ଗୁନ୍ଥି l

କେତେ କଟାକଟି କେତେ ଛକି ଶୂନ

କେତେ ଚିତ୍ର ଅଙ୍କା ବଙ୍କା,

ଜୀବନ ପରିକା ଭୁଲ ଭଟକାରେ

ଲୁଚକାଳି ଖେଳେ ଶଙ୍କା l

ରଫ ଖାତା ପରି ଜୀବନ ଆମର

ଶେଷେ ହୁଏ ଶିରୀ ହୀନ,

କେତେ ପୃଷ୍ଠା ତାର ଚିରିଯିଵା ପରି

ଶିଥିଲ ରୂପ ଯୌବନ l

ଜୀବନ ଆରମ୍ଭ ପ୍ରଥମ ପୃଷ୍ଠାରେ

କେତେ ସ୍ନେହ ଶରଧାରେ,

ଅନ୍ତିମ ପୃଷ୍ଠାଟି ଆସିଯାଏ ଯେବେ

ଜୀବନ କାହାଣୀ ସରେ l

ରଫ ଖାତା ପରି ଜୀବନ ଆମର

ହୋଇଯାଏ ଅପଚରା,

ରଦି କାଗଜରେ ଗଣା ହେବା ପ୍ରାୟ 

ଶମଶାନଶେଷ ଆଶ୍ରା ll



Rate this content
Log in

Similar oriya poem from Inspirational